ଇ-କମର୍ସ ପ୍ଲାଟଫର୍ମରେ ଶସ୍ତାରେ ମିଳୁଛି ଆଇଫୋନ, ଅଫରର ଫାଇଦା ଉଠାନ୍ତୁ

ଇ-କମର୍ସ ପ୍ଲାଟଫର୍ମ ଆମଜନ ଓ ଫ୍ଳିପକାର୍ଟରେ ଆଇଫୋନ ଉପରେ ଭାରି ଡିସକାଉଣ୍ଟ ଜାରି ହୋଇଛି । ଯାହାର ଫାଇଦା ନେଇ ଆପଣ ଆଇଫୋନକୁ ଖୁବ କମ ଦାମରେ କିଣି ପାରିବେ । ଏହାସହ କ୍ୟାସବେକ, ଏକ୍ସଚେଞ୍ଜ, ଇଏମଆଇ ଅଫରର ସୁବିଧା ରହିଛି ।

କେନ୍ୟୁଜ୍(ବ୍ୟୁରୋ): ସମସ୍ତଙ୍କର ଇଚ୍ଛା ଥାଏ, ସେମାନେ ଆଇଫୋନ ଧରିବେ । କିନ୍ତୁ ଅଧିକ ବଜେଟ ପାଇଁ ଏହି ଇଚ୍ଛା ପୁରଣ ହୋଇ ପାରେନା । ଆପଣଙ୍କର ବି ଏହି ଇଚ୍ଛା ଥାଇପାରେ । ଆଜି ଆମେ ଆପଣଙ୍କର ଏହି ଇଚ୍ଛା ପୁରଣ ହେବାର ଖବର ନେଇ ଆସିଛୁ । ଇ-କମର୍ସ ପ୍ଲାଟଫର୍ମ ଆମଜନ ଓ ଫ୍ଳିପକାର୍ଟରେ ଆଇଫୋନ ଉପରେ ଭାରି ଡିସକାଉଣ୍ଟ ଜାରି ହୋଇଛି । ଯାହାର ଫାଇଦା ନେଇ ଆପଣ ଆଇଫୋନକୁ ଖୁବ କମ ଦାମରେ କିଣି ପାରିବେ ।

ଉଭୟ ଆମାଜାନ ଓ ଫ୍ଲିପକାର୍ଟରେ ଆଇଫୋନ 14 ଉପରେ ରିହାତି ଅଫର ଜାରି ହୋଇଛି । ଏହାସହ ଉଭୟ ଇ-କମର୍ସ ପ୍ଲାଟଫର୍ମରେ କ୍ୟାସବେକ, ଏକ୍ସଚେଞ୍ଜ, ଇଏମଆଇ ଅଫରର ସୁବିଧା ରହିଛି । ଏହାସହ ବ୍ୟାଙ୍କ ଅଫରର ଫାଇଦା ଉଠାଇ ଏହାକୁ ଖୁବ କମ୍‌ ଦାମରେ ଆପଣ କିଣି ପାରିବେ ।

ଆଇଫୋନ 14ର 128ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ ରହିଛି ୭୯ ହଜାର ୯୦୦ ଟଙ୍କା । ଏହାକୁ ଆପଣ ରିହାତି ଅଫରରେ ୬୭ ହଜାର ୯୯୯ ଟଙ୍କାରେ କିଣି ପାରିବେ । ଏହାସହ ଏହାର ଅନ୍ୟ କଲର ଭାରିଆଣ୍ଟକୁ ମଧ୍ୟ ଏହି ଦାମରେ କିଣି ପାରିବେ । ଯଦି ଆପଣଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି ଏଥିରେ ଆପଣଙ୍କୁ ଆଡିସିନାଲ ୧୦ ପ୍ରତିଶତ ରିହାତି ମିଳିବ ।

ସେହିପରି ଯେଉଁ ୟୁଜର ଅଧିକ ଷ୍ଟୋରେଜ ଭାରିଆଣ୍ଟର ଆଇଫୋନ ଚାହୁଁଛନ୍ତି ତାଙ୍କୁ ବି ନିରାଶ ହେବାକୁ ପଡ଼ିବ ନାହିଁ । 256 ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ ରହିଛି ୮୯ ହଜାର ୯୯୦ ଟଙ୍କା ଏହାକୁ ଆପଣ ୭୭ ହଜାର ୯୯୯ ଟଙ୍କାରେ କିଣି ପାରିବେ । ସେହିପରି ୫୧୨ ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ ରହିଛି ୧ ଲକ୍ଷ ୯ ହଜାର ୯୦୦ ଟଙ୍କା ଏହାକୁ ଆପଣ ୯୭ ହଜାର ୯୯୯ ଟଙ୍କାରେ ପାଇ ପାରିବେ । ଏଥିରେ ମଧ୍ୟ ଆପଣ ବ୍ୟାଙ୍କ ଅଫରର ଫାଇଦା ଉଠାଇ ପାରିବେ ।

୬ଟି କଲର ଅପସନରେ ଏହାକୁ ଆପଣ କିଣି ପାରିବେ । ଆପଣଙ୍କୁ ରେଡ୍, ବ୍ଲାକ, ହ୍ବାଇଟ, ୟେଲୋ, ବ୍ଲୁ ଓ ପରପଲ ରଙ୍ଗରେ ମିଳିପାରିବ ।

ସେହିପରି ଆପଣ ଏହି ଅଫରର ଫାଇଦା ଉଠାଇ ଆଇଫୋନ 13କୁ କିଣି ପାରିବେ । ଏହାର 128 ଜିବି ଭାରିଆଣ୍ଟର ଦାମ ୬୯ ହଜାର ୯୯୯ ରହିଥିବା ବେଳେ ଏହାକୁ ଆପଣ ୫୮ ହଜାର ୪୯୯ ଟଙ୍କାରେ ପାଇ ପାରିବେ । ଏହାସହ ଏହାର 256 ଜିବି ଭାରିଆଣ୍ଟକୁ ଆପଣ ୬୮ ହଜାର ୪୯୯ ଟଙ୍କାରେ କିଣ ପାରିବେ ।

ତେଣୁ ଏହିସବୁ ଅଫରର ଫାଇଦା ଉଠାଇ ଆଜିହିଁ ଆପଣଙ୍କ ଘରକୁ ନେଇ ଆସନ୍ତୁ ଆଫଫୋନ 14 ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.