Below header

ପର‌ଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ

ପର‌ଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ । କଣ୍ଠଶିଳ୍ପୀ ତଥା ସ୍ବର ସଂଯୋଜିକା ଶାରଦା ରାଜନଙ୍କ ୮୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ ।

ନୂଆଦିଲ୍ଲୀ: ପର‌ଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ ।  ୮୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । କଣ୍ଠଶିଳ୍ପୀ ତଥା ସ୍ଵର ସଂଯୋଜିକା ଶାରଦା ରାଜଙ୍କ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ । ତେବେ ଚଳଚ୍ଚିତ୍ର ସୂରଜରେ ଥିବା ‘ତିତଲୀ ଉଡି’ ଗୀତ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।

ଆନ୍ ଇଭନିଙ୍ଗ ଇନ୍ ପ୍ୟାରିସ୍, ଆରାଉଣ୍ଡ ୱାର୍ଲ୍ଡ, ଗୁମନାମ୍, ସପ୍ନୋ କା ସୌଦାଗର, କଲ ଆଜ ଔର କଲ, ଭଳି ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଗୀତ ଗାଇଥିଲେ । ସେହି ସମୟରେ  ସେ ଅଭିନେତ୍ରୀ ରାଜଶ୍ରୀଙ୍କ ପାଇଁ ଅନେକ ଗୀତ ଗାଇଥିଲେ । ଏହାସହିତ ବୈଜନ୍ତୀମାଲା, ମୁମତାଜ, ରେଖା, ଶର୍ମିଲା ଟାଗୋର, ହେମା ମାଲିନିଙ୍କ ପରି ଅଭିନେତ୍ରୀମାନଙ୍କ ପାଇଁ ସ୍ୱର ଦେଉଥିଲେ ।

ସୂଚନା ଥାଉକି, ତାଙ୍କର ସମ୍ପୂର୍ଣ୍ଣ ନାମ ଶାରଦା ରାଜନ ଆୟଙ୍ଗର । ସେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରବେଶ ରାଜ କପୁରଙ୍କ କାରଣରୁ ହୋଇଥିଲା । ରାଜ କପୁର ହିଁ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର-ଜୟକିଶାନଙ୍କ ସହ ପରିଚିତ କରାଇଥିଲେ । ଏହା ପରେ ତାଙ୍କୁ ଫିଲ୍ମ ସୂରଜରେ ଗାଇବାର ପ୍ରଥମ ସୁଯୋଗ ମିଳିଥିଲା ।

 

View this post on Instagram

 

A post shared by Sudha Madeira (@sudhamadeira)

ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ମହମ୍ମଦ ରଫିଙ୍କ ସହ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା । ଲତା ମଙ୍ଗେଶକର ଏବଂ ଆଶା ଭୋସଲେ ସେହି ସମୟର ଅଧିକାଂଶ ଚଳଚ୍ଚିତ୍ରରେ ଗୀତ ଗାଉଥିଲେ। ଏହି ସମୟରେ ଶାରଦାଜୀଙ୍କର ସ୍ବର ଏକ ବଡ଼ ପରିବର୍ତ୍ତନ ଆଣିଥିଲା ​। ଲୋକମାନେ ତାଙ୍କ ସ୍ୱରକୁ ଭଲପାଇବା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.