Below header

ଅମ୍ରିତପାଲର ସହଯୋଗୀ ଅବତାର ସିଂ ଖାଣ୍ଡାଙ୍କ ବ୍ଲଡ୍‌ କ୍ୟାନସରରେ ମୃତ୍ୟୁ,  NIA ର ୱାଣ୍ଟେଡ ଲିଷ୍ଟ ଥିଲା ସାମିଲ

ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଅବତାର ସିଂ ଖାଣ୍ଡାଙ୍କର ମୃତ୍ୟୁ ହୋଇଛି । ବ୍ଲଡ କ୍ୟାନସରରେ ପୀଡିତ ହୋଇ ଦୀର୍ଘଦିନରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ପଞ୍ଜାବରୁ ଗିରଫ ହୋଇଥିବା ଖଲିସ୍ତାନ ସମର୍ଥକ ଅମ୍ରିତଲାଲ ସିଂଙ୍କର ସହଯୋଗୀ ଅବତାର ସିଂ ଖାଣ୍ଡାଙ୍କର ବ୍ରିଟେନରେ ମୃତ୍ୟୁ ହୋଇଛି । ରକ୍ତ କ୍ୟାନସରରେ ପୀଡିତ ହୋଇ ବର୍ମିଂହାମ ହସପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୧୫ ଦିନ ତଳେ ଖାଣ୍ଡାଙ୍କୁ ସ୍ୟାଣ୍ଡୱେଲ୍‌ ଏବଂ ୱେଷ୍ଟ୍‌ ବର୍ମିଙ୍ଗହାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅବତାର ସିଂ ଖାଣ୍ଡା ଭାରତୀୟ ଦୂତାବାସ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲେ । ଏହାପରେ ଏନଆଇଏ ତାଙ୍କ ଉପରେ ନଜର ରଖିଥିଲା । ସେ ପୋଲିସର ୱାଣ୍ଟେଡ ଲିଷ୍ଟରେ ରହିଥିଲେ । ଅମ୍ରିତପାଲ ପୂର୍ବରୁ ୱାରିସ ପଞ୍ଜାବ ଦେର ସଂଗଠନ ଚଲାଉଥିବା ଦୀପ ସିଦ୍ଧୁଙ୍କ ସହିତ ଅବତାର ସିଂଙ୍କର ଭଲ ସଂପର୍କ ରହିଥିଲା । ଯାହାର ଫଟୋ ମଧ୍ୟ ଦେଖିବାକୁ ମିଳିଛି ।

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଲାଗିଥିବା ତ୍ରିରଙ୍ଗାକୁ ଅବମାନନା କରି କାଢିବା ମାମଲାରେ ଅବତାରକୁ ଗିରଫ କରାଯାଇଥିଲା । ଅମ୍ରିତପାଲ ଗିରଫଦାରୀ ପରେ ଲଣ୍ଡନରେ ଅନେକ ଆନ୍ଦୋଳନରେ ନେତୃତ୍ବ ନେଇଥିଲା ଅବତାର ସିଂ ଖାଣ୍ଡା । ଅବତର ସିଂଙ୍କ ପୁରା ପରିବାର ଖଲିସ୍ତାନ ଆନ୍ଦୋଳନ ସହିତ ଜଡିତ ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିସନରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଖଲିସ୍ତାନ ଲିବରେସନ୍‌ ଫୋର୍ସର (କେଏଲ୍‌ଏଫ୍‌) ମୁଖ୍ୟ ରହିଥିଲେ ଅବତାର ସିଂହ ଖାଣ୍ଡା । ଖାଣ୍ଡା ବୋମା ପ୍ରସ୍ତୁତ କରିବାରେ ମାହିର । ତେଣୁ ଖାଣ୍ଡାଙ୍କ ଉପରେ ଭାରତୀୟ ଏଜେନ୍ସୀ ନଜର ରଖିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.