Below header

ରାସ୍ତାରେ ଘୁମେଇ ପଡ଼ିଲେ ଚାଳକ, ବ୍ରିଜ୍‌ ରେଲିଂ ଭାଙ୍ଗି ୩୦ ଫୁଟ୍‌ ଗଭୀର ଖାଇକୁ ଖସିଲା ବିଜେପି ବିଧାୟକଙ୍କ ଗାଡ଼ି; ୩ ସଙ୍କଟାପନ୍ନ

ମହାରାଷ୍ଟ୍ରର ସତାରା ଜିଲ୍ଲାର ପୁଣେ-ପଣ୍ଢରପୁର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ବିଜେପି ବିଧାୟକ ଜୟକୁମାର ଗୋରେଙ୍କ କାର୍‌ ୩୦ ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିଧାୟକଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିବା ବେଳେ ଗାଡ଼ିର ଡ୍ରାଇଭର ଏବଂ ଦୁଇ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି।

ବିଧାୟକ ଜୟକୁମାର ଗୋରେଙ୍କର ପୁଣେର ରୁବି ହସ୍ପିଟାଲରେ ଚିକିତ୍ସା ଚାଲିଛି। ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ବାରାମତି ସ୍ଥାନାନ୍ତର କରି ଦିଆଯାଇଛି। ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତି ସାଢ଼େ ୩ଟା ବେଳେ ଘଟିଛି। ଭାରସାମ୍ୟ ହରାଇ ବିଧାୟକଙ୍କ SUV କାର୍‌ ଖାଇ ଭିତରକୁ ଖସି ପଡ଼ିଥିଲା।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ସମୟରେ କାର୍‌ ଚାଳକଙ୍କୁ ସାମାନ୍ୟ ନିଦ ଆସି ଯାଇଥିଲା, ଯଦ୍ଦ୍ଵାରା କାର୍‌ ସନ୍ତୁଳନ ହରାଇ ବସି ବ୍ରିଜ୍‌ର ରେଲିଂ ଭାଙ୍ଗି ୩୦ ଫୁଟ୍‌ ଗଭୀର ଖାଇରେ ଗଳି ପଡ଼ିଥିଲା। ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଶୁକ୍ରବାର ବିଧାୟକ ଜୟକୁମାର ଗୋରେ ପୁଣେରୁ ନିଜ ଗାଁ ଦହିଓ୍ଵାଡି ଯାଉଥିବା ବେଳେ ପୁଣେ-ପଣ୍ଢରପୁର ରାସ୍ତାର ଶ୍ମଶାନ ଘାଟ ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଥିଲା। ଚାଳକଙ୍କ ଅସାବଧାନତା ହେତୁ SUV କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିଧାୟକଙ୍କ ସହ ଗାର୍ଡ ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.