ସାଉଥ ଆଫ୍ରିକା : ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ, ଘଟଣାସ୍ଥଳରେ ୨୦ ମୃତ

ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ବଡ଼ ବିସ୍ଫୋରଣ। ଏହି ବିସ୍ଫୋରଣ ଏକ ଗ୍ୟାସ ଟ୍ୟାଙ୍କରରେ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ୨୦ ଜଣଙ୍କ ପ୍ରାଣ ଚାଲିଯାଇଛି। ଗ୍ୟାସ ଟ୍ୟାଙ୍କର ଏକ ଅଣ୍ଡରପାସରେ ଅଟକି ରହିବା ପରେ ଗ୍ୟାସ ଲିକ ହେତୁ ଏହି ବିସ୍ଫୋରଣ ଘଟିଛି।

ବକ୍ସବର୍ଗ ଦକ୍ଷିଣ ଆଫ୍ରିକାର ଗୋଟାଙ୍ଗ ପ୍ରାନ୍ତର ପୂର୍ବ ରେଣ୍ଡର ଏକ ସହର ରେ ହୋଇଛି । ଶନିବାର ସକାଳେ ବକ୍ସବର୍ଗରେ ଏକ ଗ୍ୟାସ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣା ଓଆର ଟାମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି ମିଟର ଦୂରରେ ଥିବା ହସ୍ପିଟାଲ ରୋଡରେ ଏହି ବିସ୍ଫୋରଣ ହୋଇଥିଲା ।ଟ୍ରକରେ ଏଲପି ଗ୍ୟାସ୍‌ ରହିଥିଲା । ଓଆର ଟାମ୍ବୋ ହସ୍ପିଟାଲରେ ନିକଟରେ ବିସ୍ଫୋରଣ ହେବା ଯୋଗୁଁ ନିଆଁ ଲାଗିବା ପରେ ରୋଗୀଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେଇଥିଲା।

ଖବର ଅନୁଯାୟୀ, ବକ୍ସବର୍ଗର ରେଲେଓ୍ଵ ଷ୍ଟ୍ରିଟରେ ଅନେକ ଜରୁରୀକାଳୀନ ସେବା ଉପସ୍ଥିତ ରହିଛି । ଏକ ଇନ୍ଧନ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ହୁଏତ ଅନେକଙ୍କ ଅବସ୍ଥା ଗୁରୁତର ହୋଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.