Below header

ଆଜି ଘୋଷଣା ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

 ଆଜି ଘୋଷଣା ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ।

ଆଜି ଘୋଷଣା ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ। ପ୍ରଥମ ତାଲିକାରେ ରହିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ। ହେଭିୱେଟ୍ ମନ୍ତ୍ରୀ ରାଜନାଥ ସିଂ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ବି ପ୍ରଥମ ତାଲିକାରେ ଆସିପାରେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ବିଜେପିର ସିଇସି ବୈଠକ। ରାତି ୧୧ଟାରୁ ବୈଠକ ଆରମ୍ଭ ହୋଇ ଭୋର ୪ଟା ପର୍ଯ୍ୟନ୍ତ ଚାଲିଥିଲା। ମାରାଥନ ଆଲୋଚନାରେ ୧୦୦ ରୁ ଅଧିକ ଆସନ ପାଇଁ ନାଁ ଉପରେ ମୋହର ଲାଗିଥିବା ସୂଚନା ରହିଛି।

ପ୍ରଥମ ପର୍ଯ୍ୟାୟ ତାଲିକାରେ ହିନ୍ଦୀ ହାର୍ଟ ଲ୍ୟାଣ୍ଡ ଓ ଦକ୍ଷିଣ ଭାରତ ଉପରେ ଫୋକସ କରାଯାଇଛି। ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନର ବିଭିନ୍ନ ସିଟ୍ ପାଇଁ ପ୍ରାର୍ଥୀଙ୍କ ନାଁ ଆସପାରେ। ମୋଦିଙ୍କ ହୋମ ଷ୍ଟେଟ୍ ଗୁଜରାଟ ଉପରେ ମଧ୍ୟ ଆଲୋଚନା ହୋଇଛି। ସେହିପରି କେରଳ ଓ ତେଲେଙ୍ଗାନାର ବିଭିନ୍ନ ସିଟ୍ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ପ୍ରାର୍ଥୀ ଚୟନ ପାଇଁ ଏଥର ବିଜେପି ବହୁ ଥାକିଆ ଏବଂ ବିସ୍ତୃତ ପ୍ରକ୍ରିୟା ଅବଲମ୍ବନ କରିଛି। ଜନତାଙ୍କ ମତାମତ, ଆଭ୍ୟନ୍ତରୀଣ ଆକଳନ ଏବଂ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଉଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨୧ରେ ପ୍ରଥମ ପର୍ଯ୍ୟାୟରେ ୧୬୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏକୁ ୪୦୦ରୁ ଅଧିକ ଆସନରେ ବିଜୟୀ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.