ପାକିସ୍ତାନରେ ଆତଙ୍କବାଦୀ ହମଲା; IED ବିସ୍ଫୋରଣରେ ୬ ପୋଲିସ୍ କର୍ମୀ ମୃତ, ୨୨ ଆହତ

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ସୋମବାର ସୀମାନ୍ତ ସହର ପୁଖ୍‌ତୁନଖଓ୍ବାରେ ପୋଲିସ ଉପରେ ଆତଙ୍କବାଦୀ ହମଲା କରିଛନ୍ତି ।ବିସ୍ଫୋରଣ କରି ୬ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ସେହିପରି ୨୨ ଜଣ ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ : ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ସୋମବାର ସୀମାନ୍ତ ସହର ପୁଖ୍‌ତୁନଖଓ୍ବାରେ ପୋଲିସ ଉପରେ ଆତଙ୍କବାଦୀ ହମଲା କରିଛନ୍ତି । ବିସ୍ଫୋରଣ କରି ୬ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ସେହିପରି ୨୨ ଜଣ ଆହତ ହୋଇଛନ୍ତି ।

ଖୈବର ପାସ୍ ବାଜୌର ଜିଲ୍ଲାରେ ପୋଲିସ ବାହିନୀ ଏକ ଆଣ୍ଟି ପୋଲିଓ ଅଭିଯାନରେ ଯାଉଥିବା ବେଳେ ସେମାନଙ୍କୁ ଟାର୍ଗେଟ୍ କରାଯାଇଥିଲା । ଆତଙ୍କବାଦୀମାନେ ଟ୍ରକ୍‌ ଉପରେ ଆଇଇଡି ବ୍ଲାଷ୍ଟ୍ କରିଥିଲେ । ତେବେ କିଛି ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁ ବଢ଼ିପାରେ ବୋଲି କୁହାଯାଉଛି । ପାକିସ୍ତାନର ଖାଇବର ପାଙ୍ଖତୁୱାଙ୍ଖ ପ୍ରଦେଶରେ ଗତକାଲି ଏହି ବିସ୍ଫୋରଣ ହୋଇଥିଲା । ଏଥିପାଇଁ ନିଜକୁ ଦାୟୀ କରିଛି ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି ଆତଙ୍କବାଦୀ ସଂଗଠନ ।।

ସେପଟେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଆତଙ୍କବାଦୀମାନେ କେବଳ ପୋଲିସ ଉପରେ ଆକ୍ରମଣ କରିନାହାଁନ୍ତି ବରଂ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ପୋଲିଓ ବିରୋଧୀ ଦଳର ସୁରକ୍ଷା ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବା ଉଚିତ ନୁହେଁ, ଏହା ଆମ ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଜଡିତ ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.