Below header

ସମୁଦ୍ରରେ ଓଲଟିଲା ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା: ୧୭ ମୃତ, ଅନେକ ନିଖୋଜ

ହାଇତି ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ସମୁଦ୍ରରେ ବୁଡିଲା। ଏହି ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବହାମାସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ହେତି ପ୍ରବାସୀଙ୍କୁ ଧରି ଯାଉଥିବା ଡଙ୍ଗା ସମୁଦ୍ରରେ ଓଲଟିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଛି। ସୁରକ୍ଷା ଦଳ ୧୭ ଜଣଙ୍କର ଶବ ଉଦ୍ଧାର କରିଥିବା ବେଳେ ଅନ୍ୟ ୨୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ରିପୋର୍ଟ ମୁତାବକ, ଏହି ଡଙ୍ଗାରେ ୬୦ ଜଣ ଲୋକ ରହିଥିଲେ। ତେଣୁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ସମୁଦ୍ରରେ ଓଲଟିପଡିଥିଲା। ନ୍ୟୁ ପ୍ରୋବିଡେନ୍ସ ନିକଟରେ ପାଖାପାଖି ୭ ମିଲ୍‌ ଦୂରରେ ଏହି ଘଟଣା ଘଟିଥିଲା। ଅତିକମରେ ୧୮ ଜଣ ଲୋକ ନିଖୋଜ ମଧ୍ୟ ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ୧୭ ମୃତକଙ୍କ ମଧ୍ୟରେ ୧୫ ମହିଳା ଏବଂ ଜଣେ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି।

ଏହି ଘଟଣାରେ ହାଇତି ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଯୋଗୁଁ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ପୀଡିତଙ୍କ ମାତା ପିତାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.