ଭିକ୍କି-କ୍ୟାଟ୍ରିନାଙ୍କ ଜୀବନକୁ ବିପଦ! ସୋସିଆଲ ମିଡିଆରେ ଯୁବକ ଦେଲେ ହତ୍ୟା ଧମକ; ତଦନ୍ତ ଆରମ୍ଭ କଲା ପୋଲିସ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ତାଙ୍କ ସ୍ୱାମୀ ଭିକ୍କି କୌଶଲଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏହି ଘଟଣାରେ ଭିକ୍କି ମୁମ୍ବାଇର ସାନ୍ତାକ୍ରୁଜ୍‌ ଥାନାରେ ଏତଲା ଦେଇଛନ୍ତି, ଯାହାପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ମୁତାବକ, ମୁମ୍ବାଇ ପୋଲିସ କହିଛି କି, ଏହି ଅଭିଯୋଗ ସାନ୍ତାକ୍ରୁଜ୍‌ ଥାନାରେ ଫାଇଲ୍‌ କରାଯାଇଛି। ଭିକ୍କି ଓ କ୍ୟାଟ୍ରିନାଙ୍କୁ ସୋସିଆଲ ମିଡିଆ ଜରିଆରେ ହତ୍ୟା ଧମକ ମିଳିଛି। ଏତଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ

ଭିକ୍କି କୌଶଲଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ପୋଲିସର ସାଇବର ବ୍ରାଞ୍ଚ ଅଭିଯୁକ୍ତଙ୍କୁ ଚିହ୍ନଟ କରି ନେଇଛି। ପୋଲିସ ମୁତାବକ, ଅଭିଯୁକ୍ତଙ୍କ ନାମ ଆଦିତ୍ୟ ରାଜପୁତ। ସେ କ୍ୟାଟ୍ରିନା କୈଫ୍‌ଙ୍କ ପୋଷ୍ଟ ଉପରେ ସୋସିଆଲ ମିଡିଆରେ ଲଗାତାର ଅଶ୍ଳୀଳ କମେଣ୍ଟ ଲେଖି ଆସୁଥିଲେ।

ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୫୦୬ (୨) ଓ ୩୫୪ (ଡି) ଅଧୀନରେ ମାମଲା ରୁଜୁ କରିଛି। ଏଥି ସହିତ ଆଇଟି ଆକ୍ଟ ୬୭ ଅଧୀନରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ ମୁତାବକ, ଅଭିଯୁକ୍ତ କ୍ୟାଟ୍ରିନା କୈଫ୍‌ଙ୍କୁ ଇନ୍‌ଷ୍ଟାଗ୍ରାମରେ ଷ୍ଟକ୍‌ କରୁଥିଲେ ଏବଂ ସେ ଅଭିନେତ୍ରୀଙ୍କୁ ଇନ୍‌ଷ୍ଟାଗ୍ରାମରେ ହିଁ ଧମକ ମେସେଜ ପଠାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.