ଦେଶର ରାଷ୍ଟ୍ରପତି ଭାବେ ଶପଥ ନେବାପରେ ବଦଳିଲା ଦ୍ରୌପଦୀ ମୁର୍ମୁଙ୍କ ଟ୍ବିଟର ପେଜ୍

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସେ ଆଜି ରାଷ୍ଟ୍ରପତି ଭାବେ ଶପଥ  ଗ୍ରହଣ କରିଛନ୍ତି । ତେବେ ଶପଥ  ଗ୍ରହଣ କରିବା ପରେ ଏବେ ବଦଳି ଯାଇଛି ଦ୍ରୌପଦୀ ମୁର୍ମୁଙ୍କ ଟ୍ବିଟର ପେଜ୍। ଯାହାକୁ ପରିଚାଳନା କରୁଛନ୍ତି ତାଙ୍କ ସେକ୍ରେଟାରୀ।

ସୂଚନା ଥାଉକି, ଆଜି ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସି ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଛନ୍ତି।  ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଜଣେ ଓଡ଼ିଆ ଝିଅର ଏପରି ସଫଳତା ପାଇଁ ଭୁବନେଶ୍ୱରରୁ ରାଇରଙ୍ଗପୁର ଯାଏ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.