ଫଟୋଗ୍ରାଫର ନେଇ ବର ଆସିଲାନି ବୋଲି ବାହା ହେବାକୁ ମନା କରିଦେଲା କନ୍ୟା

କାହାର ଫୋଟୋ ଉଠେଇବା କିମ୍ବା ନିଜ ଫଟୋ ଉଠେଇବାକୁ ନେଇ ଅନେକଙ୍କ ଠାରେ ଏକ ପ୍ରକାର କ୍ରେଜ ରହିଥାଏ । ବିବାହ ସମୟରେ ତ ଜଣେ ଦକ୍ଷ ଫଟୋ ଗ୍ରାଫର ଧରାବନ୍ଧା ହୋଇ ରହିଥାଏ । ଆଉ ଆଜିକାଲି ତ ଏମିତି ସମୟଯେ ଛୋଟ ଛୋଟ କଥାରେ ଲୋକଙ୍କ ବିବାହ ଭାଙ୍ଗିବାରେ ଲାଗିଛି । ବର ସାଥିରେ ଜଣେ ଫଟୋଗ୍ରାଫରଙ୍କୁ ଆଣିନଥିଲା ବୋଲି କନ୍ୟା ବାହା ହେବାକୁ ମନା କରିବା ଭଳି ଅତି ଛୋଟ ଧରଣର ଘଟଣା ବି ଘଟିଚାଲିଛି । ଏମିତି ହିଁ ଏକ ସମାନ ଧରଣର ଘଟଣା ଘଟିଛି ଉତ୍ତରପ୍ରଦେଶର ମଙ୍ଗଳପୁରରେ । ଏଠି ଯେବେ ବର ପକ୍ଷର ଲୋକେ ସାଥିରେ ଫଟୋଗ୍ରାଫରଙ୍କୁ ନେଇ ପହଂଚି ନଥିଲେ ସେସମୟରେ କନ୍ୟା ଜଣଙ୍କୁ ରାଗ ଆସିଯାଇଥିଲା । ଆଉ ଏହା ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ ।

marriage new

ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ମଙ୍ଗଳପୁର ଗାଁରେ ଶନିବାର ରାତିରେ ନାଚ ଗୀତ କରି ବରଯାତ୍ରୀ ଦଳ ଆସି ପହଞ୍ଚିଥିଲେ । ଏହା ପରେ ବର ଜଣଙ୍କୁ ସ୍ୱାଗତ କରାଯିବା ସହିତ ପ୍ରତ୍ୟକଟି ନୀତିନିୟମକୁ ପାଳନ କରାଯାଇଥିଲା । ଯେଉଁ ସମୟରେ ଜୟମାଲ ପ୍ରଥା ଆରମ୍ଭ ହୋଇଥିଲା କନ୍ୟା ଜଣଙ୍କ ଆସି ପହଂଚିଥିଲେ । ସେତେବେଳେ ଦେଖିବାକୁ ପାଇଥିଲେକି କୌଣସି ଫଟୋଗ୍ରାଫର ଆସିନାହାନ୍ତି । ଏପରି ଏକ ଅବସ୍ଥା ଦେଖି କନ୍ୟା ଜଣଙ୍କୁ ରାଗ ଲାଗିଥିଲା । ଆଉ ସେ ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ ।

କାନପୁର ଜିଲ୍ଲା ମଙ୍ଗଳପୁର ଗାଁରେ ଶନିବାର ନାଚଗୀତ କରି ପହଂଚିଥିଲେ । କିନ୍ତୁ ତା ପରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରଥମେ ପ୍ରଥମେ କନ୍ୟା ଜଣଙ୍କୁ ଘର ଲୋକେ ବୁଝେଇବାକୁ ଚେଷ୍ଟା କରିଥିଲେବି କନ୍ୟା ଆଦୌ ବୁଝିନଥିଲେ । ଏମିତିକି ପଂଚାୟତ ବି ବସିଥିଲା । କିନ୍ତୁ କିଛି ବି ଲାଭ ହୋଇନଥିଲା । କନ୍ୟା ଜଣଙ୍କ ସିଧା ସିଧା ବିବାହ କରିବାକୁ ମନା ହିଁ କରିଦେଇଥିଲେ । ଫଳରେ ବର ଜଣଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.