ସୋସିଆଲ ମିଡିଆରେ ଛାଇ ଯାଇଛି ଏହି ବାପଝିଅଙ୍କ ଡ୍ୟାନ୍ସ, ଥରେ ଆପଣ ବି ନଜର ପକାନ୍ତୁ

କେହି ଜଣେ ହୁଏତ ସତ କହିଛନ୍ତି କାହାକୁ ଭଲ ପାଇବା ଆଉ ଖୋଲା ହୃଦୟରେ ଡ୍ୟାନ୍ସ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ମଣିଷ ଯାହା ବି କରୁ ନା କାହିଁକି ହୃଦୟର ସହିତ କରିବା ଉଚିତ । କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରଲ ହେଉଛି ଯାହାକୁ ଦେଖି ଦର୍ଶକ ଯେତିକି ଚକିତ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି । ଆଉ କିଛି ଭିଡିଓ ଏମିତି ବି ରହିଛି ଯାହାକୁ ଯେତେଥର ଦେଖିଲେ ବି ନୂଆ ନୂଆ ଲାଗିଥାଏ । ଏମିତି କିଛି ନୂଆ ତଡକା ଭରି ରହିଥାଏଯେ ଯାହା ସାଧରଣ ଲୋକଙ୍କ ହୃଦୟକୁ ଜିଣି ନେଇଥାଏ । ଆଉ କିଛି ଭିଡିଓ ଏମିତି ବି ହୋଇଥାଏ ଏଥିରୁ ମିଳୁଥିବା ଶିକ୍ଷା ଆମେ କାମରେ ଲଗେଇ ପାରିବା ଆଉ ନିଜ ଜୀବନକୁ ସରସ ସୁନ୍ଦର କରି ଗଢିପାରିବା । ଆଉ ଏମିତି ବି ଲାଗେ ଆମେ ହୁଏତ ଏମିତି କିଛି କରିପାରିବା ଯାହା ଅନ୍ୟ ମାନେ କେବେ ବି ଭାବିବି ନଥିବେ । ଅଥବା ସେମାନେ କରିବାକୁ ଭୟ କରୁଥିବେ । କରିବାକୁ ମନରେ ଇଛା ଥିଲେ ବି ହୁଏତ ମନରେ ଥିବା ଭୟ କାରଣରୁ କେବେ ବି କରିପାରି ନଥିବେ ।

 

 

ଏଇ ନିକଟରେ ଏକ ଭିଡିଓ ଟ୍ୱିଟରରେ ଖୁବ ସେୟାର ହେବାରେ ଲାଗିଛି । ଭିଡିଓଟିକୁ ଦେଖି ଆପଣଙ୍କ ମନରେ ଏକ ଭିନ୍ନ ପ୍ରକାରର ଖୁସି ଭରିଯିବ । ଆପଣ ବି ଥରେ ଭିଡିଓକୁ ଦେଖନ୍ତୁ ଏହା ପରେ ଏହାର ଡିଟେଲ୍ସ ବିଷୟରେ ଜାଣିରଖିବା । ଭିଡିଓରେ ଆପଣ ଦେଖିପାରିବେ ଜଣେ ଝିଅ ଓ ତାଙ୍କ ସହିତ ଜଣେ ବୟସ୍କ ବ୍ୟକ୍ତି ଖୁବ ମଜା ମସ୍ତିରେ ଡ୍ୟାନ୍ସ କରୁଛନ୍ତି | ସେଦୁହେଁ ଫୁଲ ପ୍ରେମର ସହିତ ସ୍ଲୋ ମୋସନରେ ଏମିତି ନାଚୁଛନ୍ତିଯେ ଯାହାକୁ ଦେଖିଲେ ମନ ଭରିଯାଉଛି । ଲୋକଙ୍କୁ ଏହି ୧୫ ସେକେଣ୍ଡର ଭିଡିଓଟି ଏମିତି ପସନ୍ଦ ଆସିଛିଯେ ଏହାକୁ ନ୍ୟୁଜ ଆକାରରେ ଲେଖାଯିବା ଭିତରର ମାତ୍ର କିଛି ମୁହୂର୍ତ୍ତ ଭିତରେ ୪୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଆଉ ଯିଏ ବି ଭିଡିଓ ପୋଷ୍ଟ କରିଛନ୍ତି ତାହାର ତଳେ କମେଣ୍ଟରେ ଲେଖିଛନ୍ତିକି ଦୁଇ ଜଣ ହେଉଛନ୍ତି ବାପ ଝିଅ । ବିଶେଷ ସୂତ୍ରରୁ ଜଣାଯାଇଛିଯେ ଝିଅର ନାଁ ମିଶବା ଖାନ ଆଉ ନିଜେ ସିଏ ହିଁ ନିଜ ପିତାଙ୍କ ସହିତ ଏହି ଡ୍ୟାନ୍ସ କରୁଛନ୍ତି । ଯାହାକୁ ଏକ ସୋସିଆଲ ଯାହାର ମଜା ସାଧାରଣ ଲୋକେ ବି ନେବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.