ଟ୍ରେନରେ ଦରକାର ଠୁ ଅଧିକ ଜିନିଷ ନେଲେ ଭରିବେ ଏକ୍ସଟ୍ରା ଫାଇନ, ରେଳ ବିଭାଗ ଦେଲେ ନୂଆ ସୂଚନା

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ଟ୍ରେନରେ ଯାତ୍ରା କରିବା ସମୟରେ ଦରକାରଠୁ ଅଧିକ ଜିନିଷ ନେବା ଉପରେ ରେଳ ବିଭାଗ ରୋକ ଲଗାଇଛନ୍ତି। ରେଳ ବିଭାଗ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଗୁଆ ସତର୍କ କରିଛନ୍ତି। ବିଭାଗ ତରଫରୁ କୁହାଯାଇଛି ଯେ ଅଧିକ ଜିନିଷ ନେବାକୁ ହେଲେ ପାର୍ସଲ କାର୍ଯ୍ୟାଳୟରେ ଲଗେଜ ବୁକ କରିବାକୁ ହେବ। ନିର୍ଦ୍ଧାରିତ ସୀମାଠୁ ଅଧିକ ଜିନିଷ ନେଲେ ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଦେଶରେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନକ ୁ ସବୁବେଳେ ଲୋକମାନେ ବାଛିଥାନ୍ତି। ଏହା ଶସ୍ତା ସହ କମ ସମୟ ମଧ୍ୟରେ ଆମକୁ ଆମ ଡେଷ୍ଟିନେସନରେ ପହଞ୍ଚାଇଥାଏ। ଫ୍ଲାଇଟ ଯଦିଓ ଆହୁରି କମ ସମୟ ନେଇଥାଏ କିନ୍ତୁ ସମେ ସ୍ତ ଫ୍ଲାଇଟରେ ଯିବା ଆଫର୍ଡ କରିପାରନ୍ତି ନାହିଁ। ତେବେ ବି ଟ୍ରେନରେ ଅନେକ ଲୋକ ଯାତ୍ରା କରୁଥିବାରୁ ଏହାର କିଛି ନିୟମ ରହିଛି। ଯାହାଦ୍ୱାରା ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହେବ ନାହିଁ। ତେଣୁ ଏବେ ରେଳ ବିଭାଗ ଯାତ୍ରୀ ମାନଙ୍କ ପାଇଁ ଲାଗେଜ ବୁକ ପାଇଁ ସୁବିଧା ଜାରି କରିଛି।

train
pc: dna india

ଏନେଇ ରେଳ ମନ୍ତ୍ରାଳୟ ଟ୍ଵିଟ କରି ସୂଚନା ଦେଇଛନ୍ତିି। ବିଭାଗ ନିଜର ଅଫିସିଆଲ େଓ୍ଵବସାଇଟରେ ଏକ ପୋଷ୍ଟ କରିଛି। ଏମିତିରେ ଅଧିକ ଜିନିଷ ନେବାକୁ ଯାତ୍ରୀଙ୍କୁ ମନା କରିଛନ୍ତି।ଜିନିଷ ଅଧିକ ଥିଲେ ପାର୍ସଲ କାର୍ଯ୍ୟାଳୟ ଯାଇ ଲଗେଜ ବୁକ କରିବାକୁ କହିଛନ୍ତି।

ଏବେ ଜାଣନ୍ତୁ କେତେ ଜିନିଷ ନେଇ ପାରିବେ:
ବିଭାଗ କହିବା ଅନୁଯାୟୀ ଯାତ୍ରୀ ଟ୍ରେନ ଯାତ୍ରା ସମୟରେ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ନେଇପାରିବେ। ଯଦି କାହାର ଏହାଠୁ ଅଧିକ ଜିନିଷ ରହିଛି ତେବେ ଏଥିପାଇଁ ତାଙ୍କୁ ଏକ୍ସଟ୍ରା ଭଡ଼ା ଦେବାକୁ ହେବ। ରେଳ କୋଚ ହିସାବରେ ଜିନିଷ ଓଜନ ନିର୍ଦ୍ଧାରିତ ହୋଇଥାଏ। ଏମିତିରେ ସ୍ଲିପର କ୍ଲାସ ରେ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ , ଏସି ଟୁ ଟିୟର ରେ ୫୦ କିଲୋ ଜିନିଷ ସହ ଫାଷ୍ଟ କ୍ଲାସ ଏସି ପାଇଁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ନେବାର ନିୟମ ରହିଛି।

ଏହି ସୀମା ଠୁ ଅଧିକ ଜିନିଷ ନେଲେ ଯାତ୍ରୀଙ୍କୁ ରେଳ ବିଭାଗକୁ ଅଧିକ ଟଙ୍କା ଦେବାକୁ ହେବ। ଏହାବ୍ୟତିତ ଯାତ୍ରା ସମୟରେ ଷ୍ଟୋଭ, ଗ୍ୟାସ ସିଲିଣ୍ଡର, ଜ୍ୱଳନଶୀଳ କେମିକାଲ, ବାଣ, ଏସିଡ, ଦୁର୍ଗନ୍ଧ ଜିନିଷ, ଚମଡ଼ା, ପ୍ୟାକେଜ ତେଲ, ଗ୍ରୀସ, ଘିଅ ଭଳି ଜିନିଷ ଯାହା ଭ ।ଙ୍ଗିବା କିମ୍ବା ବୋହିବା ଭଳି ସମସ୍ୟା ଥାଏ ଏମିତିରେ ଯାତ୍ରୀ ମାନଙ୍କୁ ଅନେକ ଅସୁବିଧା ହୁଏ। କ୍ଷତି ମଧ୍ୟ ପହଞ୍ଚିବ। ତେଣୁ ବିଭାଗ ତରଫରୁ ଏସବୁ ଜିନିଷକୁ ନେବାକୁ ବାରଣ କରାଯାଇଛି। ଯଦି କେହି ଯାତ୍ରୀ ଏହାକୁ ନିଅନ୍ତିି ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରେଳ ବିଭାଗ ଧାରା ୧୬୪ ଅନ୍ତର୍ଗତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।