Below header

ବିବାହ ପାଇଁ ସବୁ ଅତିଥିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ମାଗିଥିଲେ କନ୍ୟା, କିନ୍ତୁ କେହି ନ ଆସିବାରୁ କଲେ ଏମିତି କାମ

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଗ୍ରାଣ୍ଡ ୱେଡିଂ କରିବାକୁ ସ୍ୱପ୍ନ ଦେଖିଥାନ୍ତି। ଏଥିପାଇଁ ବାପା ମା’ମାନେ ମଧ୍ୟ ପିଲା ଜନ୍ମ ହେବା ଦିନଠାରୁ ହିଁ ଟଙ୍କା ସଞ୍ଚୟ କରିଥାନ୍ତି। କିନ୍ତୁ ବିଦେଶରେ ସେଭଳି ହୁଏନି। ବିଦେଶରେ ଲୋକମାନେ ନିଜ ବିବାହ ପାଇଁ ନିଜେ ହିଁ ଟଙ୍କା ଯୋଗାଡ଼ କରିଥାନ୍ତି।

ବ୍ରିଟେନ୍‌ରେ ରହୁଥିବା ଜଣେ ମହିଳା ମଧ୍ୟ ଠିକ୍‌ ସେଭଳି ବିବାହ ଚାହୁଁଥିଲେ। ଏଥିପାଇଁ ସେ ନିଜ ବୟଫ୍ରେଣ୍ଡ ସହ ମିଶି ଟଙ୍କା ମଧ୍ୟ ଯୋଗାଡ଼ କରିଥିଲେ। କିନ୍ତୁ ସେ ଯେତିକି ଟଙ୍କା ସଞ୍ଚୟ କରିଥିଲେ ସେଥିରେ ତାଙ୍କ ଡ୍ରିମ୍‌ ୱେଡିଂ ସମ୍ଭବପର ନଥିଲା। ଏଣୁ ସେ ନିଜ ବିବାହରେ ନିମନ୍ତ୍ରଣ କରିଥିବା ବନ୍ଧୁଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। କିନ୍ତୁ ଏତେ ଟଙ୍କା ଦେବା କଥା ଶୁଣି କେହି ବି ତାଙ୍କ ବାହାଘରକୁ ଆସିଲେ ନାହିଁ। ଫଳରେ ଯୁବତୀ ଜଣକ ନିଜ ବିବାହକୁ କ୍ୟାନ୍‌ସଲ କରି ଦେଇଛନ୍ତି।

ମହିଳାଙ୍କ ନାଁ ସୁଜେନ୍‌ ବୋଲି ଜଣାପଡ଼ିଛି। ସୁଜେନ୍‌ ୧୪ ବର୍ଷରେ ପ୍ରେମ କରିଥିଲେ। ୧୮ ବର୍ଷରେ ତାଙ୍କ ନିର୍ବନ୍ଧ ହୋଇଥିଲା ଓ ୨୦ ବର୍ଷ ବୟସରେ ସେ ଏକ ପିଲାର ମା’ ହୋଇଥିଲେ। ସେ ଫିଲ୍ମ ଷ୍ଟାଇଲ୍‌ରେ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ୧୨ ଲକ୍ଷ ଟଙ୍କା ବି ଯୋଗାଡ଼ କରିଥିଲେ। କିନ୍ତୁ ସେ ଭାବୁଥିବା ବିବାହ ପାଇଁ ୫୦ ଲକ୍ଷ ଦରକାର ଥିଲା। ଏଣୁ ସେ ତାଙ୍କ ସାଙ୍ଗସାଥୀଙ୍କୁ ବିବାହରେ ଆସିବା ବେଳେ ୧ ଲକ୍ଷ କ୍ୟାସ୍‌ ନେଇ ଆସିବାକୁ କହିଥିଲେ। ସାଙ୍ଗସାଥୀ ବିବାହକୁ ତ ଆସିବାକୁ ରାଜିଥିଲେ। କିନ୍ତୁ ଏତେ ଟଙ୍କା ଦେବା କଥା ଶୁଣି ଆଉ କେହି ଆସିଲେନି। ଫଳରେ ରାଗରେ ସୁଜେନ୍‌ ନିଜ ବିବାହକୁ ବନ୍ଦ କରି ଦେଇଛନ୍ତି।

ଏଥିସହ ସେ ନିଜ ସମସ୍ତ ସାଙ୍ଗଙ୍କୁ ସାପ ବୋଲି କହିଛନ୍ତି। ଏନେଇ ସୁଜେନ୍‌ ନିଜ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ତେବେ ବିବାହ କ୍ୟାନ୍‌ସଲ କରିବା ପରେ ସୁଜେନ୍‌ ଏବେ ବିଦେଶ ଭ୍ରମଣରେ ଯାଉଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.