Below header

ଏ କ’ଣ! ୮୦ ବର୍ଷ ହେଲା ଶୋ’ରୁମ୍‌ରେ କଏଦ ଅଛି ଏହି ସୁନ୍ଦରୀ କନ୍ୟା, ସତ୍ୟତା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍‌

ଦୁନିଆର ଯେଉଁ ସ୍ଥାନକୁ ଯିବ, ସେଠି କିଛି ନା କିଛି ରହସ୍ୟ ଲୁଚି ରହିଥିବ। ଆଉ ଯାହାର ସତ୍ୟତା ଜାଣିବା ପରେ ସହଜରେ ବିଶ୍ୱାସ କରିବା ହୁଏତ ମୁସ୍କିଲ ହୋଇ ପଡ଼ିବ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ମେକ୍ସିକୋର ଏକ ଦୋକାନରେ ବିଗତ ୮୦ ବର୍ଷ ହେଲା କନ୍ୟା ବେଶରେ ଏକ ମୂର୍ତ୍ତି କଏଦ ରହିଛି। ମୂର୍ତ୍ତି ଉପରେ ମହମ ଚଢ଼ା ଯାଇଛି। ଦେଖିବାରେ ଏହା ପ୍ରକୃତ କନ୍ୟା ଭଳି ଲାଗୁଛି। କିନ୍ତୁ ମୂର୍ତ୍ତି ପଛରେ ଏକ ଭୟଙ୍କର କାହାଣୀ ଲୁଚି ରହିଛି, ଯାହାକୁ ଶୁଣିଲେ ଆପଣଙ୍କ ହୋଶ୍‌ ଉଡ଼ିଯିବ।

ସ୍ଥାନୀୟ ଲୋକଙ୍କ କହିବା ହେଲା, ଏହା କୌଣସି ମୂର୍ତ୍ତି ନୁହେଁ, ବରଂ ଜଣେ ଅସଲି କନ୍ୟା, ଯାହାଙ୍କୁ ମହମ ଲଗାଇ ସୁରକ୍ଷିତ ରଖାଯାଇଛି। ଏହି ମୂର୍ତ୍ତି ବାସ୍ତବରେ ଏକ ମୃତଦେହ। ଏହାକୁ ଏଥିପାଇଁ ସୁରକ୍ଷିତ ରଖାଯାଇଛି, କାହିଁକି ନା, ତାଙ୍କ ମା’ଙ୍କର ଇଚ୍ଛା ଥିଲା ଯେ ସେ ଏମିତି ହିଁ ସବୁବେଳେ ସତେଜ ରୁହନ୍ତୁ।

ଲୋକେ କୁହନ୍ତି, ଏହି କନ୍ୟା ନିଜ ବିବାହ ଦିନ ହିଁ ମରିଯାଇଥିଲେ। ତାଙ୍କୁ ବିବାହ ମଣ୍ଡପରେ ଏକ ବିଷାକ୍ତ ବୁଢ଼ିଆଣୀ କାମୁଡ଼ି ଦେଇଥିଲା। ଏହାପରେ ତାଙ୍କ ମା’ ମୃତଦେହକୁ ମୂର୍ତ୍ତି ଭଳି ସାଇତି ରଖିବାକୁ ଅନୁରୋଧ କରିଥିଲେ। ତେବେ ଏହି ଘଟଣା ପଛରେ କେତେ ସତ୍ୟତା ରହିଛି, ସେ ବିଷୟରେ କେହି ଜାଣିନାହାନ୍ତି।

ଶୁଣିବାକୁ ମିଳେ, ରାତିରେ ଏହି ମୂର୍ତ୍ତି ନିଜ ସ୍ଥାନ ବି ବଦଳାଇ ଦେଇଥାଏ। ମୂର୍ତ୍ତିର ଆଖି, କେଶ, ନଖ ଓ ହାତ ସବୁକିଛି ଅସଲି, ଯାହାକୁ ଥରେ ଦେଖିଲେ ହିଁ ଲାଗିବ, ଏହା କୌଣସି ଜୀବିତ ବ୍ୟକ୍ତିର। ତେବେ ସପ୍ତାହକୁ ଥରେ ଏହି ମୂର୍ତ୍ତିର କପଡ଼ା ବଦଳା ଯାଇଥାଏ। ଏହି କନ୍ୟାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଧାଇଁ ଆସିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.