ଭଉଣୀ ବାହାଘରରେ ଭୋ ଭୋ କାନ୍ଦିବା ଭାଇକୁ ପଡ଼ିଲା ମହଙ୍ଗା, ଦୁନିଆ ସାମ୍ନାରେ ମାଗିବାକୁ ପଡ଼ିଲା କ୍ଷମା, ଦେଖନ୍ତୁ ଭାଇରାଲ ଭିଡିଓ

ଭଉଣୀ ବାହାଘରରେ ଭାଇ କାନ୍ଦିବା ଏକ ସାଧାରଣ କଥା। କିନ୍ତୁ ଆଜି ଆମେ ଏଭଳି ଏକ ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଭଉଣୀର ବିଦାଇ ବେଳେ ଭାଇ କାନ୍ଦିବା ତାଙ୍କୁ ମହଙ୍ଗା ପଡ଼ିଛି। ରୁଷୀୟ ଗଣରାଜ୍ୟ ଚେଚନ୍ୟାର ଲୋକଙ୍କୁ ଏହା ଆଦୌ ପସନ୍ଦ ଆସି ନ ଥିଲା। ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହାକୁ ନେଇ ଏତେ ବିବାଦ ଦେଖାଦେଇଥିଲା ଯେ ପୁଅଟିକୁ ପୂରା ଦୁନିଆ ସାମ୍ନାରେ ସାର୍ବଜନୀନ ରୂପେ କ୍ଷମା ମାଗିବାକୁ ପଡ଼ିଲା।
ତେବେ ଏହି ଘଟଣା ଚେଚନ୍ୟାର କେଉଁ ଅଞ୍ଚଳର, ତାହା ଜଣାପଡ଼ିନାହିଁ। ମିଡିଆ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଭଉଣୀର ବିଦାଇ ବେଳେ ଭାଇ କାନ୍ଦିବାର ଭିଡିଓ ଭାଇରାଲ ହୋଇଥିଲା। ଧାର୍ମିକ ନେତା ରମଜାନ୍ କଦିରୋବ୍ଙ୍କ ମୁତାବକ, ବାହାଘରରେ କାନ୍ଦି ଯୁବକ ଜଣକ ଚେଚନ୍ୟାର ପରମ୍ପରାକୁ ଉଲ୍ଲଂଘନ କରିଥିଲେ। ପରମ୍ପରା ଅନୁସାରେ, ତାଙ୍କୁ ଭଉଣୀ ବାହାଘରରେ ଯିବାର ନ ଥିଲା। କିନ୍ତୁ ସେ ଯାଇଥିଲେ ଏବଂ ସେଠାରେ କାନ୍ଦିଥିଲେ। ଏହି କାରଣରୁ ତାଙ୍କୁ ସାର୍ବଜନୀନ ରୂପେ କ୍ଷମା ମାଗିବାକୁ କୁହାଯାଇଥିଲା।
କୁହାଯାଏ, ଚେଚନ୍ୟାର ପୁରୁଷ ସବୁଠାରୁ ମଜଭୁତ୍ ଏବଂ ଶକ୍ତିଶାଳୀ। ତେଣୁ ଯୁବକଙ୍କୁ କ୍ଷମା ମଗେଇବାକୁ ପଡ଼ିଥିଲା। କିନ୍ତୁ କିଛି ଲୋକ ଏହି ନିଷ୍ପତ୍ତିକୁ ନାସପନ୍ଦ କରିଥିଲେ। ସେମାନେ କୁହନ୍ତି, ଭଉଣୀର ବିଦାଇ ବେଳେ ଯେ କେହି ଭାବୁକ ହୋଇଯାଇଥାଏ। ଏମିତି ଯଦି କେହି କାନ୍ଦି ପକାନ୍ତି, ତାଙ୍କୁ ସାର୍ବଜନୀନ ସ୍ଥାନରେ କ୍ଷମା ମଗେଇବା ଆଦୌ ଠିକ୍ ନୁହେଁ।
ଏହାସହ ପଢ଼ନ୍ତୁ: କୋବି କିଣିବାକୁ ଦୋକାନ ଯାଇଥିଲେ ମହିଳା, ହଠାତ୍ ବନିଗଲେ କୋଟିପତି! ପଢ଼ନ୍ତୁ ଏହି କାହାଣୀ
ଜଣେ ଐତିହାସିକଙ୍କ ମତରେ, ସେ ପୁରୁଷ ହୁଅନ୍ତୁ କି ମହିଳା, ଚେଚନ୍ୟାରେ ବିବାହ ସମୟରେ ଲୋକେ ନିଜ ଭାବନାକୁ ପ୍ରଦର୍ଶନ କରିବା ଠିକ୍ ବୋଲି ଗଣାଯାଏ ନାହିଁ। ତେଣୁ ଯେବେ ଭାଇର କାନ୍ଦିବା ଭିଡିଓ ଭାଇରାଲ ହୋଇଥିଲା, ସେବେ ଲୋକେ ତାଙ୍କ ଉପରେ ଭୀଷଣ ରାଗିଯାଇଥିଲେ। ସବୁଠାରୁ ଚକିତ କଲା ଭଳି କଥା ହେଲା, ଏଠି ଝିଅର ବିବାହରେ ପରିବାର ଲୋକଙ୍କ ଉପସ୍ଥିତି କିମ୍ବା ନିଜ ଭାବନାକୁ ପ୍ରଦର୍ଶନ କରିବା ପରମ୍ପରା ବିରୋଧୀ ହୋଇଥାଏ।