ଭାଉଜକୁ ଦୁଷ୍କର୍ମ କରିବାକୁ ଚାହୁଁଥିଲା ଦିଅର, ବିରୋଧ କରିବାରୁ ଭାଉଜର ଗଳା ଚାପି କଲା ହତ୍ୟା

ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଭାଉଜକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା ଦିଅର, ଆଉ ଭାଉଜ ମନା କରିବାରୁ ହତ୍ୟା କଲା ଦିଅର । ଦିଅର ଏମିତି କାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଥିଲେ । କିନ୍ତୁ ଏବେ ପୋଲିସ ତାଙ୍କୁ ଗିରଫ କରିଛି ।

ପୁଲଓ୍ଵାମା ପୋଲିସ ପ୍ରବକ୍ତା କହିଛନ୍ତି, ରବିବାର ଦିନ ଅଚେତ ଅବସ୍ଥାରେ ପେମ୍ପୋରର ଉପ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମହିଳାଙ୍କ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମାମଲା ବିଷୟରେ ପୋଲିସ ଛାନଭିନ୍‌ କରି ସତ ଜାଣିବା ପରେ ହତବାକ୍‌ ହୋଇଯାଇଥିଲା ।

ପୋଲିସ ଜାଣିବାକୁ ପାଇଥିଲା, ମୃତ ମହିଳାଙ୍କ ଦିଅର ତାଙ୍କ ଉପରେ ଲୋଲୁପ ଦୃଷ୍ଟି ରଖିଥିଲେ । ଆଉ ରବିବାର ଦିନ ଘରେ ଭାଉଜ ଏକୁଟିଆ ଦେଖି ତାଙ୍କୁ ଜବରଦସ୍ତି ଭାବେ ମାଡି ବସିଥିଲେ । ଦୁଷ୍ମର୍ମ କରିବାକୁ ଉଦ୍ୟମ କରିଥିଲେ । ଭାଉଜ ଜଣକ ଏପରି କାମରେ ସହଯୋଗ କରିନଥିଲା, ବାରଣ କରିଥିଲା। ଦୁହିଁଙ୍କ ମଧ୍ୟ ଝଗଡା ଲାଗି ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ଲୋଲୁପ ଦୃଷ୍ଟି ରଖିଥିବା ଦିଅର ଭାଉଜର ଗଳା ଦବାଇ ମାରିଦେଇଥିଲା। ଘଟଣା ଘଟାଇବା ପରେ ଦିଅର ଫେରାର ହୋଇଯାଇଥିଲା। ପୋଲିସ ଏବେ ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.