ସାବରୀମାଳାରେ ପ୍ରବେଶ ଉଦ୍ୟମ କରିଥିବା ମହିଳାଙ୍କୁ ଚାକିରିରୁ ବିଦା କଲା ବିଏସ୍‌ଏନ୍‌ଏଲ୍‌

ସାବରୀମାଳା ସ୍ଥିତ ଭଗବାନ ଅୟପ୍ପା ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ତଥା ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରଦ୍ଧାଳୁଙ୍କ ଭାବନାକୁ କୁଠାରଘାତ କରିଥିବା ସାମାଜିକ କର୍ମୀ ରେହାନା ଫାତିମାଙ୍କୁ ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଅନିବାର୍ଯ୍ୟ ସେବାନିବୃତ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଏସ୍‌ଏନ୍‌ଏଲ୍‌ କହିଛି ଯେ ଫାତିମା ଯେଉଁ ଭଳି ଭାବେ ନିୟମ ଉଲ୍ଲଂଘନ କରି ସାବରୀମାଳାରେ ପ୍ରବେଶ କରିଥିଲେ ତାହାକୁ ନିନ୍ଦା କରି କମ୍ପାନୀ ତରଫରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Work from Home' plan extended till May 19: BSNL

ଏନେଇ ଫାତିମା କହିଛନ୍ତି ଯେ ତାଙ୍କୁ ଚାକିରିରୁ କାଢ଼ିବା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଏଭଳି ଅନ୍ୟାୟକୁ ସେ ଆଦୌ ବରଦାସ୍ତ କରିବେ ନାହିଁ। ଏହା ବିରୋଧରେ ସେ ସ୍ୱର ଉତ୍ତୋଳନ କରିବେ।

BSNL Orders Forced Retirement For Activist Rehana Fathima Who ...

ସୂଚନାଯୋଗ୍ୟ ଯେ ଫାତିମା ବିଏସ୍‌ଏନ୍‌ଏଲ୍‌ରେ ଜଣେ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ ନଭେମ୍ବର ମାସରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ କମ୍ପାନୀ ନିଲମ୍ବିତ କରିଥିଲା। ଫେସ୍‌ବୁକ୍‌ରେ ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିବା ଅଭିଯୋଗରେ ଫାତିମାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.