Below header

ମାୟାବତୀଙ୍କ ବଡ଼ ଘୋଷଣା ! ପୁତୁରା ଆକାଶ ଆନନ୍ଦଙ୍କୁ କଲେ ନିଜର ଉତ୍ତରାଧିକାରୀ

ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ସୁପ୍ରିମୋ ମାୟାବତୀ ଆଜି ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂତ୍ର ମୁତାବକ, ଏହି ବୈଠକରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି।

ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ସୁପ୍ରିମୋ ମାୟାବତୀ ଆଜି ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂତ୍ର ମୁତାବକ, ଏହି ବୈଠକରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ସମସ୍ତଙ୍କ ସାମ୍ନାରେ ମାୟାବତୀ କହିଛନ୍ତି ଯେ ବିଏସ୍‌ପିରେ ତାଙ୍କର ଉତ୍ତରାଧିକାରୀ ହେବେ ଆକାଶ ଆନନ୍ଦ।

ରବିବାର ସକାଳେ ପୁତୁରା ଆକାଶଙ୍କ ସହ ବୈଠକରେ ପହଞ୍ଚିଥିଲେ ମାୟାବତୀ। ନିକଟରେ ଆକାଶଙ୍କୁ ବିଏସ୍‌ପି ଚାରୋଟି ରାଜ୍ୟର ଦାୟିତ୍ୱ ଦେଇଥିଲା। ଗତ ୬ ବର୍ଷ ମଧ୍ୟରେ ଦଳରେ ତାଙ୍କର ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଆରମ୍ଭରେ ମାୟାବତୀ ମଞ୍ଚରେ ଆକାଶଙ୍କୁ ପରିଚିତ କରାଇଥିଲେ।

ଆକାଶ ଆନନ୍ଦଙ୍କୁ ପାର୍ଟି ସଂଯୋଜକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିଥିଲା। ଏହାପରେ ସେ ଅନ୍ୟ ରାଜ୍ୟରେ ସାଙ୍ଗଠନିକ ବୈଠକ କରିଥିଲେ। ଆକାଶ ହେଉଛନ୍ତି, ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ପୁଅ। ସେ ଗୁଡ଼ଗାଓଁରେ ସ୍କୁଲ ପାଠପଢ଼ା ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ। ଆକାଶ ଲଣ୍ଡନରୁ ଏମ୍‌ବିଏ କରିଛନ୍ତି।

୨୦୧୭ରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେତେବେଳେ ସେ ସହାରନପୁର ରାଲିରେ ପ୍ରଥମ ଥର ପାଇଁ ମାୟାବତୀଙ୍କ ସହ ମଞ୍ଚରେ ନଜର ଆସିଥିଲେ। ଆକାଶ ବର୍ତ୍ତମାନ ଦଳର ଜାତୀୟ ସଂଯୋଜକ ଅଛନ୍ତି। କହି ରଖୁଛୁ, ମାୟାବତୀ ୨୦୧୭ରେ ଏକ ବଡ଼ ରାଲି କରି ଆକାଶ ଆନନ୍ଦଙ୍କୁ ରାଜନୀତିରେ ଲଞ୍ଚ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.