ଭାରତ – ପାକିସ୍ତାନ ମଧ୍ୟରେ ପରିସ୍ଥିତି ଗମ୍ଭୀର, ସ୍ଥଗିତ ହେଲା ମହାରାଷ୍ଟ୍ରର ଅନ୍ତରୀଣ ବଜେଟ ଅଧିବେଶନ

ଭାରତ ଓ ପାକିସ୍ତାନର ମଧ୍ୟରେ ଲାଗି ରହିଥବା ଗମ୍ଭୀର ସ୍ଥିତି ପାଇଁ ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭାର ଅନ୍ତରୀଣ ବଜେଟ ଅଧିବେଶନ ବସି ପାରିବନାହିଁ । ଏଭଳି ନିର୍ଣ୍ଣୟ ନେଇଛନ୍ତି ମହାରାଷ୍ଟ୍ର ସରକାର । ଆଜି ସକାଳୁ ସର୍ବଦଳୀୟ ବୈଠକ ବସିବା ପରେ ଏହି ନିଷ୍ପତି ନିଆଯାଇଛି । ଯଦି ବିଧାନସଭା ଚାଲିଥାନ୍ତା ତେବେ ସୁରକ୍ଷା ବ୍ୟବସ୍ଥା ଭପରେ ଅତ୍ୟଧିକ ଚାପ ପଡିଥାନ୍ତା । ତେଣୁ ସୁରକ୍ଷା ଦ୍ରୁଷ୍ଟିରୁ ଅନ୍ତରୀଣ ବଜେଟ ଅଧିବେଶନକୁ ସ୍ଥଗିତ ରଖିବାକୁ ସର୍ବଦଳୀୟ ବୈଠକ ସମ୍ମତି ଜଣାଇଥଲା । ଏହି ପ୍ରସଙ୍ଗରେ ରାଜ୍ୟବାସୀ ଅତଙ୍କିତ ନହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ବାୟୂ ସେନାର ୱିଙ୍ଗ କମାଣ୍ଡାଣ୍ଟ ଅଭିନନ୍ଦନଙ୍କ ଖଲାସ କରି ଭାରତ ପତ୍ୟାବର୍ତ୍ତନ ପାଇଁ ଓ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଯୁଦ୍ଧ କାନୁନକୁ ପାଳନ କରୁ ବୋଲି ବିଧାନମଣ୍ଡଳୀରେ ଏକ ପ୍ରସ୍ତାବ ପାରିତ କରାଯାଇଥଲା । ପସ୍ତାବ ପାରିତ ହେବା ପରେ ରାଜ୍ୟପାଳଙ୍କୁ ଦିଆଯାଇଥଲା ଓ ଏହାକୁ ରାଷ୍ଟ୍ରପତିଙ୍କୁ ପଠାଇବାକୁ ନିବେଦନ କରାଯାଇଥଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.