ଟ୍ରେନ ପ୍ଲାଟଫର୍ମ ଛାଡିବାର ଏକ ମିନିଟ ପୂର୍ବରୁ ମଧ୍ୟ ରିଜର୍ଭେସନ ଟିକେଟ ବୁକିଂ କରିପାରିବେ ଯାତ୍ରୀ, ରେଳମନ୍ତ୍ରୀଙ୍କ ସୂଚନା

ପ୍ଲାଟଫର୍ମରେ ଟ୍ରେନ ଛାଡିବାର ଗୋଟିଏ ମିନିଟ ପୂର୍ବରୁ ମଧ୍ୟ ଆପଣ ଟ୍ରେନରେ ରିଜର୍ଭେସନ ବୁକିଂ କରିପାରିବେ। ଆପଣ ନିଜର ପସନ୍ଦ ମୁତାବକ ସିଟ ବାଛି ପାରିବେ। ଏହି ସବୁ ସମ୍ଭବ ହେବ ରେଲୱେର ଆଇଆରସିଟିସି ସାଇଟ ଏବଂ ଆପ୍ ମାଧ୍ୟମରେ। ଆଇଆରସିଟିସି ସାଇଟରେ ଏହା ପାଇଁ ଚାର୍ଟ,ଭେକେନ୍ସି ଅପ୍ସନ ଉପରେ କ୍ଲିକ କରିବାକୁ ହେବ।

ରେଳ ମନ୍ତ୍ରାଳୟ ଅନଲାଇନ ବୁକିଂ ଇନଫରମେସନ ସିଷ୍ଟମକୁ ଲଞ୍ଚ କରିଦେଇଛନ୍ତି। ଏହି ସିଷ୍ଟମ ମାଧ୍ୟମରେ ଆପଣ ଏହା ଜାଣିପାରିବେ ଯେ କେଉଁ ଟ୍ରେନରେ କେତେ ସିଟ୍ ଫୁଲ୍ ଅଛି ଏବଂ କେତେ ଫାଙ୍କା ଅଛି। ଯଦି କେଉଁ କୋଚରେ ଖାଲି ଅଛି ତେବେ କେଉଁ ବର୍ଥରେ। ଏହାମଧ୍ୟ ଜାଣିପାରିବେ ଯେ ଆପଣ ଯେଉଁ ଟ୍ରେନରେ ଯାତ୍ରା କରୁଛନ୍ତି ସେହି ଟ୍ରେନରେ କେଉଁ ଷ୍ଟେସନରେ ରିଜର୍ଭେସନ ସିଟ୍ ଖାଲି ଅଛି। ରେଳ ମନ୍ତ୍ରୀ ପିୟୁଷ ଗୋୟେଲ ଏହି ସିଷ୍ଟମକୁ ଲାଗୁ କରିଛନ୍ତି।

piyushଆପଣ ଟ୍ରେନ ଛାଡିବାର ଅଧ ଘଣ୍ଟା ପୂର୍ବରୁ ସେହି ଟ୍ରେନରେ ନିଜର ରିଜର୍ଭେସନ ଟିକେଟ କାଟିପାରିବେ। ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଅଗାମୀ ଗୋଟେ ମାସ ,ଭିତରେ ଏହି ବ୍ୟବସ୍ଥା ହେବ ଯେ ଆପଣ ଟ୍ରେନ ଛାଡିବାର ଏକ ମିନିଟ ପୂର୍ବରୁ ମଧ୍ୟ ଟିକଟେ ବୁକିଂ କରିପାରିବେ। ରାଜଧାନୀ,ଶତାବ୍ଦୀ ସମେତ ଅନ୍ୟ ପ୍ରିମିୟମ ଟ୍ରେନରେ ମଧ୍ୟ ଏହି ସୁବିଧା ପ୍ରଥମେ ମିଳିବ ଏହା ପରେ ଯାଇ ଅନ୍ୟ ଏକ୍ସପ୍ରେସ ଟ୍ରେନରେ ଏହି ସୁବିଧା ମିଳିବ।

ଏହା ସୁବିଧା ସମ୍ଭବ ଯେ ଆପଣ ଟ୍ରେନକୁ ଚଢ଼ି ଯେଉଁ ଷ୍ଟେସନରେ ସିଟ୍ ଉପଲବ୍ଧ ଥିବ ସେହି ଷ୍ଟେସନରେ ବସି ମୋବାଇଲ ଆପ୍ ଦ୍ବାରା ଟିକେଟ କରି ଆରକ୍ଷିତ ଶ୍ରେଣୀ କୋଚରେ ଯାତ୍ରା କରିପାରିବେ। ଏହା ଦ୍ବାରା ଆପଣଙ୍କୁ ଟିଟିଆଇକୁ ଅନୁରୋଧ କିମ୍ବା ଅଧିକ ଟଙ୍କା ଦେବା ଭଳି ସମସ୍ୟା ହେବ ନାହିଁ।

ରେଳମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ ଆଇଆରସିଟିସି ନିଜର ୩୦ ବେସ କିଚେନକୁ ମଧ୍ୟ ଇ-ଦ୍ରୁଷ୍ଟି ଡ୍ୟାସବୋର୍ଡ ସହିତ ଯୋଡିବ। ଏହାପରେ ଯାତ୍ରୀମାନେ ଏହା ଜାଣିପାରିବେ ଯେ ତାଙ୍କ ଖାଦ୍ୟ କେଉଁଠୁ, କେମିତି,କିଏ ପ୍ରସ୍ତୁତ କରୁଛନ୍ତି।