ଆଇଆରସିଟିସି ଲଞ୍ଚ କଲା ପେମେଣ୍ଟ ଆଗ୍ରିଗେଟର ସିଷ୍ଟମ ଆଇପେ, ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ଫାଇଦା

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟକୁ ବଢ଼ାଇବା ନେଇ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରଛି ଭାରତୀୟ ରେଲେଓ୍ଵ ବା ଆଇଆରସିଟିସି। ଏନେଇ ବହୁ ଅପେକ୍ଷିତ ପେମେଣ୍ଟ ଆଗ୍ରିଗେଟର ସିଷ୍ଟମ ଆଇପେ ଲଞ୍ଚ କରାଯାଇଛି। ଏହା ଦ୍ୱାରା ଗ୍ରାହକ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ପେମେଣ୍ଟ କରିପାରିବେ।

ଏହା ଡିଜିଟାଲ ପେମେଣ୍ଟ ଅପସନକୁ ଭଲ ଏବଂ ସୁଦୃଢ଼ କରାଯାଇଛି। ଯାହ ଫଳରେ କମ ପେମେଣ୍ଟ ଫେଲ୍ଡ ହେବ ବୋଲି କୁହାଯାଇଛି। ଆଇପେ ଦ୍ୱାରା ଗ୍ରାହକଙ୍କୁ ଯାତ୍ରା ସମ୍ବନ୍ଧୀୟ ସମସ୍ତ ପେମେଣ୍ଟ କରିବା ପାଇଁ ଥାର୍ଡ ପାଟି ପ୍ଲାଟଫର୍ମର ବ୍ୟବହାର କରିବାକୁ ପଡ଼ିବ ନାହିଁ। କାରଣ ଏଥିରେ ଏକା ସାଙ୍ଗରେ ଗ୍ରାହକଙ୍କୁ ଗୋଟିଏ ସ୍ଥାନରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ , ୟୁପିଆଇ ଏବଂ ଡିଜିଟାଲ ଓ୍ଵାଲେଟ ଆଦିର ଅପସନ ମିଳିଯିବ।

irctcwebsite

ଆଇପେରେ ପେମେଣ୍ଟ କରିବା ଦ୍ୱାରା ରିଫଣ୍ଡ କାର‌୍ୟ୍ୟ ମଧ୍ୟ ସଠିକ୍‌ ଭାବେ ହୋଇପାରିବ ବୋଲି କୁହାଯାଇଛି। ସରଳ ଭାଷାରେ କହିବାକୁ ଗଲେ ଏହି ଆପ୍‌ ବ୍ୟାଙ୍କ ଏବଂ ଆଇଆରସିଟିସି େଓ୍ଵବସାଇଟ ମଧ୍ୟର ଦୂରତାକୁ କମ କରିଥାଏ ।ଯାହା ଫଳରେ ପେମେଣ୍ଟ ବିଫଳ ହେବାର ସମ୍ଭାବନା ଖୁବ କମ ରହିଥାଏ।