ଗେଲ କଲେ ଛକାର ଏପରି ରେକର୍ଡ, ଯାହାକୁ ଭାଙ୍ଗିବା ହେବ ସବୁ କ୍ରିକେଟରଙ୍କୁ କଷ୍ଟକର

ନୂଆଦିଲ୍ଲୀ : ଏବେ େଓ୍ଵଷ୍ଟଇଡିଜ୍‌ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଦିନିକିଆ ସିରିଜ୍‌ ଜାରି ରହିଛି। ଚତୁର୍ଥ ଦିନିକିଆ ବୁଧବାର ଖେଳାଯାଇଥିଲା। ଯେଉଁଥିରେ ୟୁନିର୍ଭସ ବସ ଭାବେ ଜଣାଯାଉଥିବା ପ୍ରସିଦ୍ଧ କ୍ରିକେଟର କ୍ରିସ ଗେଲ ୧୬୨ ରନ ପାର କରିଥିଲେ। ଏହି ଖେଳରେ ଗେଲ ତାଙ୍କ ନାରେ ଅନେକ ରେକର୍ଡ କରିଛନ୍ତି। ଗେଲ ଏହି ମ୍ୟାଚରେ ୧୬ଟି ଛକା ମାରିଥିବା ବେଳେ ଓ୍ଵାନଡେ କ୍ରିକେଟରେ ୩୦୦ ଛକା ମାରିଥିବା ରେକର୍ଡକୁ ନିଜ ନାଁରେ କରିଛନ୍ତି। ଏହାସହ ଗେଲ ଅନ୍ତଃରାଷ୍ଟ୍ରିୟ କ୍ରିକେଟରେ ୫୦୦ଛକା ମାରିଥିବା ପ୍ରଥମ ଖେଳାଳୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।

କ୍ରିସ ଗେଲଙ୍କ ଦମଦାର ଖେଳ ପରେ ମଧ୍ୟ ବିଜୟ ହାସଲ କରିପାରି ନଥିଲା େଓ୍ଵଷ୍ଟଇଣ୍ଡିଜ୍‌। ଇଂଲଣ୍ଡର ୪୧୮ ରନର ପ୍ରତିଉତ୍ତରରେ େଓ୍ଵଷ୍ଟଇଣ୍ଡିଜ୍‌ ୩୮୯ରନ୍‌ କରିଥିଲା। ଏହାପରେ ଇଂଲଣ୍ଡ ୨୯ରନରେ ଜିତିବା ସହ ୨-୧ରେ ସିରିଜ ବିଜୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.