୧୬୦ ବର୍ଷ ପୂର୍ବେ ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ଏହି ହିନ୍ଦୁ ରାଜା, ଗୋଟି ଗୋଟି କରି ମୁସଲିମଙ୍କୁ କରିଥିଲେ ହତ୍ୟା

ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଉଡାଜାହାଜରେ ଆକ୍ରମଣ କରି ୩୫୦ ଆତଙ୍କୀଙ୍କୁ ନିପାତ କରିଛନ୍ତି। ଏହି ଆକ୍ରମଣକୁ ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ କୁହାଯାଉଛି କିନ୍ତୁ କଣ ଆପଣ ଜାଣନ୍ତି ଆଜକୁ ୧୬୦ ବର୍ଷ ପୂର୍ବରୁ ମଧ୍ୟ ବଲୋକୋଟରେ ସର୍ଜିକାଲ ଷ୍ଟ୍ରାଇକ ହୋଇସାରିଛି। କିନ୍ତୁ ସେହି ସମୟରେ ସେହି ସମୟରେ ଏତେ ବଡ ପଦକ୍ଷେପ ଜଣେ ହିନ୍ଦୁରାଜା ଶୂରବୀର ନେଇଥିଲେ। ଯାହାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ଯେଉଁଠି ମରିଥିଲେ ଓସାମା ବିନ ଲାଡେନ ସେହି ନିକଟରେ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏବେ ପର୍ଯ୍ୟନ୍ତ ଯେଉଁ ଜୈସ-ଇ-ମହମ୍ମଦର ବଡ ଆଡ୍ଡା ହୋଇଥିଲା ତାହା ଆଜକୁ ୧୬୦ ବର୍ଷ ପୂର୍ବରୁ ଜିହାଦି ମାନଙ୍କର ଗଡ ଥିଲା। ଏହି ଜିହାଦି ଆତଙ୍କୀଙ୍କୁ ଦେଖି ମହାରାଜା ରଣଜୀତ ସିଂହ ତାଙ୍କ ଉପରେ ଆକ୍ରମଣ କଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିଦେଲେ। ଏହି ଗଡକୁ କେହି ବି ଧ୍ବଂସ କରିବାକୁ ସାହସ ମଧ୍ୟ କରିପାରୁ ନଥିଲେ। କିନ୍ତୁ ମହାରାଜା ରଣଜୀତ ସିଂହ ନିଜର ସେନାଙ୍କ ସହିତ ଆକ୍ରମଣ କରି ବିଜୟ ଲାଭ ମଧ୍ୟ କରିଥିଲେ।

୧୮୩୧ ମସିହାରେ ସୈୟଦ ଅହମ୍ମଦ ଶାହ ବରେଲବିଙ୍କୁ ମୃତ୍ୟୁ ମୁଖରେ ପକାଇ ମହାରାଜ ରଣଜୀତ ସିଂହ ପେଶାୱାର ଉପରେ ଆକ୍ରମଣ କରିଥିଲେ। ଏହି ଜିହାଦି ୧୮୨୪ ରୁ ୧୮୩୧ ପର‌୍ୟ୍ୟନ୍ତ ସେହି ଇଲାକାରେ ସକ୍ରୀୟ ରହିଲେ। ଏହି କଥା ପାକିସ୍ତାନ ଲେଖିକା ଆୟେଶା ଜଲାଲଙ୍କ ବହି ‘ପାର୍ଟିଜନ୍ସ ଅଫ୍ ଆଲ୍ହା’ରେ ମଧ୍ୟ ମିଳିଥାଏ। ସୈୟଦ ଅହମ୍ମଦ ଭାରତକୁ ଏକ ଇସଲାମିକ ରାଜ୍ୟ କରାଇବାକୁ ଚାହୁଁଥିଲା। ଯାହା ପାଇଁ ସେ ନିଜର ସେନା ମାନଙ୍କୁ ପ୍ରସ୍ତୁତ କରାଉଥିଲେ। କିନ୍ତୁ ଯେତେବେଳେ ଏହା ରାଜା ରଣଜୀତ ସିଂହ ଜାଣିବାକୁ ପାଇଲେ ତେବେ ସେ ନିଜର ସେନାକୁ ଏକତ୍ରିତ କରି ବରେଲୱି ଉପରେ ଆକ୍ରମଣ କରିବାକୁ କହିଲେ।

ଏହି ଆକ୍ରମଣରେ ବରେଲୱି ମରିଗଲେ ଏବଂ ମହାରାଜା ରଣଜୀତ ସିଂହଙ୍କର ବିଜୟ ହେଲା। ଏହାପରେ ମହାରାଜା ପେଶୱାରକୁ ନିଜର ରାଜ୍ୟରେ ଯୋଡି ଦେଇଥିଲେ। ସେହି କାରଣରୁ ଇଂରେଜମାନେ ବରେଲୱିକୁ ପୂରା ସମର୍ଥନ ଦେଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ଯେ ଆଜି ମଧ୍ୟ ବାଲାକୋଟରେ ସୈୟଦ ଅହମ୍ମଦ ଶାହ ବରେଲୱି ଏବଂ ତାଙ୍କ ସାଥିଙ୍କର କବର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.