Below header

ମଣିଷ ନୁହେଁ କୁକୁଡ଼ାର ହତ୍ୟା ପାଇଁ ଦର୍ଜ ହେଲା FIR, ଜାଣନ୍ତୁ ପୂରା ଘଟଣା

ଭାରତୀୟ ଆଇନ ଅନୁଯାୟୀ କୌଣସି ମଣିଷର ହତ୍ୟା ନେଇ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । କିନ୍ତୁ ସାମାନ୍ୟ ଏକ କୁକୁଡ଼ାର ହତ୍ୟାରେ ଯେ ୭ ଜଣ ଲୋକଙ୍କ ନାଁରେ ଏଫଆଇଆର ଦର୍ଜ କରାଯିବା ଭଳି ଘଟଣା ହୁଏତ ପ୍ରଥମ ଥର ଘଟିଥିବ । ଖାଲି ସେତିକି ନୁହେଁ କୁକୁଡ଼ା ଟିର ଶବକୁ ପୋଷ୍ଟ ମର୍ଟମ ପାଇଁ ପଶୁ ଡାକ୍ତର ଖାନାକୁ ମଧ୍ୟ ପଠାଯାଇଛି । ଏହା ପରେ ମାମଲାର ତଦନ୍ତ ମଧ୍ୟ ଖୁବ ତତ୍ପରତାର ସହ କରାଯାଊଛି । ବିହାରର କୈମୁର ଜିଲ୍ଲା ଦୁର୍ଗାବତୀ ଥାନା ପୋଲିସ ମଣିଷ ହତ୍ୟା ଉପରେ ହୁଏତ କେବେ ଯେତିକି ତତ୍ପରତା ଦେଖେଇନଥିବ ତାଠାରୁ ଅଧିକ ତତ୍ପରତା ଏକ କୁକୁଡ଼ା ହତ୍ୟାରେ ଦେଖେଇଛନ୍ତି । ଏହି ଘଟଣାଟି ଶୁଣିବାକୁ ବହୁତ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ବାସ୍ତବରେ ସତ ।

hen

ଏହି ଘଟଣାଟି ଉତ୍ତର ଭାରତ ବିହାର ରାଜ୍ୟର କୈମୁର ଜିଲ୍ଲାର ଦୁର୍ଗାବତୀ ଥାନା ଅନ୍ତର୍ଗତ ଫିରୋଜପୁର ଗାଁରେ ହିଁ ଘଟିଛି । ପ୍ରକୃତରେ ଏହି ଗାଆଁରେ ଜଣେ ମହିଳା ଏକ କୁକୁଡ଼ା ଫାର୍ମ ଖୋଲିଥିଲେ । ଏହି ଫାର୍ମରୁ ହିଁ ତାଙ୍କର ଏକ ପଡୋଶୀ ଗୋଟେ କୁକୁଡ଼ାକୁ ଚୋରି କରି ନେଇଥିଲେ । ଯେବେ ପଡୋଶୀଙ୍କ ଅନୁଭବ ହୋଇଥିଲାକି ଏହା କୁକୁଡ଼ା ଫାର୍ମ ମାଲିକାଣି ପୂରା ଘଟଣାଟିକୁ ଦେଖିଦେଇଛନ୍ତି ବୋଲି । ଠିକ ସେହି ସମୟରେ ହିଁ ସେ କୁକୁଡ଼ା ଟିକୁ ହତ୍ୟା କରିଦେଇଥିଲେ । ଫାର୍ମ ମାଲିକାଣି କମଳା ଦେବୀ ଓ ପୁଅ ଇନ୍ଦ୍ରର କୁମାର କୁକୁଡ଼ା ହଜିଥିବା ମାମଲା ନେଇ ପଡୋଶୀଙ୍କ ପାଖରେ ପହଞ୍ଚିଥିଲେ । ଏମିତିକି ଏହି ଘଟଣାଟି ମାରପିଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ପରେ କମଳା ଦେବୀ ନିଜ ପଡୋଶୀଙ୍କ ନାଁରେ ଏକ ମାମଲା ଦର୍ଜ କରିବା ପାଇଁ ନିକଟସ୍ଥ ଥାନାରେ ଯାଇ ପହଞ୍ଚିଥିଲେ ।

ଏହା ସହ ପଢନ୍ତୁ: ୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

ପରେ ପୋଲିସ ତରଫରୁ କୁକୁଡ଼ା ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇ ଏକ ଏଫଆଇଆର ଦର୍ଜ କରାଯାଇଥିଲା । ପାରିପାର୍ଶିକ ଅବସ୍ଥାରୁ ସନ୍ଦେହ କରାଯାଉଛିକି କିଛି ଲୋକ ନିଶାସକ୍ତ ଅବସ୍ଥାରେ କୁକୁଡ଼ାଟିକୁ ଚୋରି କରି ନେଇଥିଲେ । ଯେବେ ଏହାକୁ ଆଖପାଖର ଲୋକମାନେ ଦେଖି ଦେଇଥିଲେ ସେହି ସମୟରେ କୁକୁଡ଼ା ଟିର ବେକ ମୋଡ଼ି ହତ୍ୟା କରିଥିଲେ । ପୋଷ୍ଟ ମର୍ଟମ କରିଥିବା ପଶୁ ଡାକ୍ତରଙ୍କ ଅନୁଯାୟୀ ଏକ ମୃତ କୁକୁଡ଼ାକୁ ତାଙ୍କ ନିକଟକୁ ଅଣାଯାଇଥିଲା । ଆଉ ତାହାର ବେକ ପାଖରେ ରକ୍ତ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେ ବହୁ ଶୀଘ୍ର ଏହାର ଏକ ରିପୋର୍ଟ ପ୍ରସ୍ତୁତ କରି ପୋଲିସକୁ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.