Below header

ଝିଅର ବାହାଘର ଦିନ ଫାଶୀ ଲଗାଇ ଝୁଲିପଡ଼ିଲେ ବାପା, ସୁଇସାଇଡ୍‌ ନୋଟ୍‌ ପଢ଼ି ବେହୋସ୍‌ ହୋଇଗଲା ଝିଅ

ସେ ଦିନ ଥିଲା ଝିଅର ବାହାଘର। ସମସ୍ତେ ବାହାଘର ପ୍ରସ୍ତୁତିରେ ଲାଗିଥିଲେ। ହେଲେ ହଠାତ୍‌ ଘଟିଗଲା ଅଘଟଣ। ପାରିବାରିକ ଉତ୍ସବ କୋହରେ ଭରିଗଲା। ଝିଅ କାନ୍ଦି କାନ୍ଦି ଭାବୁଥିଲା, କାହିଁକି ବାପା ଏଭଳି ନିଷ୍ପତ୍ତି ନେଲେ। କିଛି ସମୟ ପୂର୍ବରୁ ଯେଉଁଠି ଘର ହସଖୁସିରେ ପୂରି ଉଠିଥିଲା, ହଠାତ୍‌ ସେଠୁ କାନ୍ଦିବା ଶବ୍ଦ ଆସିଲା। ଏହାପରେ ଲୋକେ ଭିଡ଼ ଜମାଇବାରେ ଲାଗିଲେ। ପରିବାରକୁ ଲୋକେ ସ୍ୱାନ୍ତ୍ୱନା ଦେଉଥିଲେ। ସେପଟେ ବିବାହ ଭୋଜିରେ ଯୋଗଦେବାକୁ ଆସିଥିବା ଘରର ଅତିଥିମାନେ ନିଜ ନିଜ ଘରକୁ ଫେରିଯାଉଥିଲେ।

ଘଟଣାଟି ହେଉଛି, ଝିଅର ବାହାଘର ଦିନ ବାପା ମୁରଲୀଧର ଆତ୍ମହତ୍ୟା କରିଥିଲେ। ସେ ନିଜ ସୁଇସାଇଡ୍‌ ନୋଟ୍‌ରେ ଯାହା ଲେଖିଥିଲେ, ତାକୁ ପଢ଼ି ଝିଅ ବେହୋସ୍‌ ହୋଇଗଲା। ଉକ୍ତ ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଥିଲା, ‘ମୋ ଅଲିଅଳ ଝିଅ, ତୁ ସବୁବେଳେ ଖୁସିରେ ରହ। ମୋ ମୃତ୍ୟୁ ପାଇଁ ମୁଁ ନିଜେ ହିଁ ଦାୟୀ। ମୋ ଘରେ କାହାକୁ ବି ହଇରାଣ କରା ନ ଯାଉ। ଝିଅ ମୋ ଆଶୀର୍ବାଦ ସବୁବେଳେ ତୋ ଉପରେ ଅଛି’।

we11

ଏହାସହ ପଢ଼ନ୍ତୁ: ୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

ମୃତକଙ୍କ ଝିଅ ପୋଲିସକୁ କହିଥିଲେ, ତାଙ୍କ ବାପା କିଛି ଦିନ ଧରି ମାନସିକ ଅସୁସ୍ଥ ଥିଲେ। ହଠାତ୍‌ ରାତିରୁ ଉଠି ଘରୁ ବାହାରକୁ ଚାଲିଯାଉଥିଲେ। ମୃତକଙ୍କ ପୁଅ କହିଥିଲେ, ଆଜି ତାଙ୍କ ଭଉଣୀର ବିବାହ। ବରଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ବ୍ୟସ୍ତ ଅଛନ୍ତି। ବିବାହ ପରେ ସେ ବାପାଙ୍କ ମୃତଦେହ ଉଠାଇବେ। ପରିବାର ଲୋକଙ୍କ ସହମତିରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ମୁରଲୀଧର ଘଣ୍ଟା ବିକିବା କାମ କରନ୍ତି। ଅନ୍ୟପକ୍ଷରେ ଘଟଣାଟି କେଉଁ ଅଞ୍ଚଳରେ ଘଟିଛି, ତାହା ବିଷୟରେ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.