ଇନ୍ସୁରାନ୍ସ କମ୍ପାନୀ ମାଗିଲା ମୃତ୍ୟୁ ପ୍ରମାଣପତ୍ର, ପରିଜନ ଲୋକେ କଲେ ଏଭଳି କାମ

ସମସ୍ତେ ନିଜର ପରିଜନଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରିଥାନ୍ତି। ଏଥିପାଇଁ ଲୋକ ଜୀବନ ବୀମା କରିଥାନ୍ତି। ଯଦି ଅସମୟରେ ଆପଣଙ୍କର ମୃତ୍ୟୁ ହୋଇଯାଏ ତେବେ ପରିଜନ ଆର୍ଥିକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ। ଯଦି କେବେ ଅଘଟଣ ଘଟିଲେ ଏହା କାମରେ ଆସିଥାଏ। କିନ୍ତୁ ଅନେକ ଥର ଦେଖିବାକୁ ମିଳିଛି, ଇନ୍ସୁରାନ୍ସ କମ୍ପାନୀଗୁଡିକ କ୍ଷତିରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ପ୍ରମାଣ ମାଗିଥାନ୍ତି। ଇନ୍ସୁରାନ୍ସ ବାବଦ ପଇସା ନ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରଶ୍ନ ଏବଂ ପ୍ରମାଣପତ୍ର ମାଗିଥାନ୍ତି। ଠିକ୍‌ ଏମିତି ଏକ ଘଟଣା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମୃତବ୍ୟକ୍ତିଙ୍କ ପ୍ରମାଣପତ୍ର ଇନ୍ସୁରାନ୍ସ କମ୍ପାନୀ ମାଗିବାରୁ ସେମାନେ ଅଫିସକୁ ଶବ ନେଇ ପହଞ୍ଚିଯାଇଥିଲେ।

death

ଖବର ମୁତାବକ, ୪୬ ବର୍ଷୀୟ ସିଫିସୋ ଜଷ୍ଟିସ ମେହଲଗୋଙ୍କ ମୃତ୍ୟୁ ୭ ନଭେମ୍ବରରେ ହୋଇଥିଲା। ଯାହା ପରେ ପରିଜନ ଲୋକେ ବୀମା ବାବଦୀୟ ଅର୍ଥ ନେବା ପାଇଁ ଓଲ୍ଡ ମ୍ୟୁଚିଆଲ ନାମକ ଇନ୍ସୁରାନ୍ସ କମ୍ପାନୀ ଅଫିସରେ ପହଞ୍ଚିଥିଲେ। କିନ୍ତୁ ଇନ୍ସୁରାନ୍ସ କମ୍ପାନୀ ସିଫିସୋଙ୍କ ମୃତ୍ୟୁକୁ ସ୍ୱୀକାର କରିନଥିଲେ। ପରିଜନ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ପ୍ରମାଣ ଦେଇଥିଲେ ମଧ୍ୟ ଇନ୍ସୁରାନ୍ସ କମ୍ପାନୀ ତାହା ମାନିବାକୁ ଅରାଜି ଥିଲେ। ସେଥିପାଇଁ ସିଫିସୋଙ୍କ ପରିବାର ଲୋକ ତାଙ୍କ ଶବକୁ ନେଇ ଇନ୍ସୁରାନ୍ସ କମ୍ପାନୀର ଅଫିସରେ ପହଞ୍ଚିଥିଲେ। ଏବେ ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୫ ହଜାର ଉର୍ଦ୍ଧ୍ୱ ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.