ଓଡ଼ିଶା ସମେତ ସାରା ଦେଶରେ ସିବିଆଇ ଚଢଉ, ୧୧୦ଟି ସ୍ଥାନରେ ସିବିଆଇ ଚଢାଉ

ଓଡ଼ିଶା ସମେତ ସାରା ଦେଶର ୧୧୦ଟି ସ୍ଥାନରେ ସିବିଆଇ ଚଢଉ । ୧୯ଟି ରାଜ୍ୟ ଓ ସବୁ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଚଢଉ ଚାଲିଛି। ଓଡ଼ିଶାର ରାଉରକେଲାରେ ମଧ୍ୟ ଏହି ଚଢାଉ ଚାଲିଛି। ୩୦ଟି ଦୁର୍ନୀତି, ଅସ୍ତ୍ରଶସ୍ତ୍ର କାରବାର ଓ ଅପରାଧିକ ମାମଲା ନେଇ ଏହା ଚଢଉ ଚାଲିଛି। ଦିଲ୍ଲୀ, ଚଣ୍ଡୀଗଡ଼, ଶ୍ରୀନଗର, ପୁଣେ, ଜୟପୁର, କାନପୁର, ରାୟପୁର, ରାଉରକେଲା, ହାଇଦ୍ରାବାଦ, କୋଲକାତା ଓ ରାଞ୍ଚିରେ ଏକସଙ୍ଗେ ଚଢଉ କରିଛି ସିବିଆଇ। ଜୁଲାଇ ୨ତାରିଖରେ ମଧ୍ୟ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରିଥିଲା ସିବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.