Below header

ଜୋମାଟୋ କରିଲା କିଛି ଏମିତି ମଜେଦାର ଟ୍ବିଟ କି ଫଲୋ କରିବା ଆରମ୍ଭ କଲେ ଅନେକ ବିଶିଷ୍ଟ କମ୍ପାନୀ, ଶେଷକୁ ଫୁଡ ଡେଲିଭେରୀ କମ୍ପାନୀ କହିଲା….

ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋ ଦ୍ବାରା କରାଯାଇଥିବା ଏକ ଟ୍ବିଟର ଖୁବ ମଜା ଉଡାଇଛନ୍ତି ଅନ୍ୟ ବ୍ରାଣ୍ଡ କମ୍ପାନୀ । ଜୋମାଟୋ ନିଜର ଏକ ଟ୍ବିଟରେ ଲେଖିଥିଲା, “ସାଙ୍ଗମାନେ, କେବେ କେବେ ନିଜ ଘରେ ମଧ୍ୟ ଖାଇବା ପ୍ରସ୍ତୁତ କରିବା ଦରକାର”। ଏହି ଟ୍ବିଟକୁ ପାଖାପାଖି ୧୯ ହଜାର ଲୋକ ଲାଇକ କରିଥିବା ବେଳେ ଏଥିରେ ୟୁଟ୍ୟୁବ ଲେଖିଥିଲା, “ସାଙ୍ଗମାନେ କେବେ ରାତି ୩ଟା ପରେ ଫୋନ ସାଇଡ କରି ଶୋଇପଡିବା ଦରକାର”।

zomato 1

ଏହାପରେ ଆମାଜନ୍ ପ୍ରାଇମ୍ ଭିଡିଓ ଅଫିସିଆଲ ଟ୍ବିଟ କଲା, “ସାଙ୍ଗମାନେ କେବେ କେବେ କେବଲରେ ମଧ୍ୟ କିଛି ଦେଖି ଦେବା ଦରକାର”। ଏହାପରେ ଟ୍ରାଭେଲ ଏବଂ ହୋଟେଲ ବୁକିଂ ଆପ Ixigo ଜୋମାଟୋକୁ ଟ୍ବିଟ କରି ଲେଖିଥିଲେ, “ସାଙ୍ଗମାନେ, କେବେ କେବେ ଘରେ ବସିବା ଦରକାର।” କଥା ହେଲା ଏହି ସମସ୍ତ କମ୍ପାନୀ ନିଜ ଜିନିଷକୁ ପ୍ରମୋଟ କରିବା ସ୍ଥାନରେ ତାହା ବିରୋଧରେ ବାକ୍ୟ ଲେଖୁଥିଲେ।

zomota

ଏତିକି ନୁହଁ ଫୁଡ ଡେଲିଭେରୀ କମ୍ପାନୀ ଫାସୋ, ଟିଭିଏଫ୍ ଏବଂ ହଜମୋଲା କମ୍ପାନୀ ଆଦି ମଧ୍ୟ ଏହି ଟ୍ରେଣ୍ଡକୁ ଫଲୋ କରି ଟ୍ବିଟ କରିଥିଲେ। ଏହାପରେ ଜୋମାଟୋ କମ୍ପାନୀ ଅନ୍ୟାନ୍ୟ ସମସ୍ତ କମ୍ପାନୀର ଟ୍ବିଟକୁ ଏକାଠୀ କରିବା ସହ ସାଙ୍ଗମାନେ କେବେ କେବେ ନିଜକୁ ମଧ୍ୟ କିଛି ଭଲ ଟ୍ବିଟ ଭାବି ନେବା କଥା ବୋଲି କହିଥିଲେ।

zomato 3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.