ଗୁଟଖା ସ୍କାମ୍ : ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଓ ଡିଜିଙ୍କ ଘରେ ସିବିଆଇ ରେଡ୍

ଚେନ୍ନାଇ : ବହୁକୋଟି ଟଙ୍କା ଗୁଟଖା  ସ୍କାମ୍ ମାମଲାରେ ସିବିଆଇ ଆଜି ତାମିଲନାଡୁର ସ୍ବାସ୍ଥ୍ୟ ମନ୍ତ୍ରୀ ସି. ବିଜୟ ଭାସ୍କର ଏବଂ ପୋଲିସ୍ ଡିଜି ଟି.କେ. ରାଜେନ୍ଦ୍ରନଙ୍କ ଘରେ ଚଢ଼ାଉ କରିଛି । ଏହା ସହିତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ପୂର୍ବତନ ପୋଲିସ୍ କମିଶନର, ଖାଦ୍ୟ ସୁରକ୍ଷା ବିଭାଗ ଓ ସେଲ୍ସଟ୍ୟାକ୍ସ ବିଭାଗ ଅଧିକାରୀଙ୍କ ଘର ସମେତ ୩୨ ଜାଗାରେ ସିବିଆଇ ଚଢ଼ାଉ କରିଛି । ତାମିଲନାଡୁରେ ଗୁଟଖା ବ୍ୟବସାୟକୁ ନିଷିଦ୍ଧ କରାଯାଇଛି । ତେବେ ଅବକାରୀ ବିଭାଗ ରେଡ୍ ବେଳେ ଜଣେ ବ୍ୟବସାୟୀଙ୍କ ଘରୁ ଏକ ଡାଏରୀ ଜବତ କରିଥିଲା । ସେଥିରେ କିଛି ରାଜନେତା ଓ ପୋଲିସ୍ ଅଧିକାରୀଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀଙ୍କ ନାଁ ରହିଥିଲା । ଯେଉଁଥିରେ ସେମାନଙ୍କୁ ଲାଞ୍ଚ ଦିଆଯାଇଥିବା କଥା ଉଲ୍ଲେଖ ରହିଥିଲା । ଏହି ଘଟଣା ପରେ ମାଡ୍ରାସ ହାଇକୋର୍ଟ ଗତ ଏପ୍ରିଲ ମାସରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.