Below header

ପୁଣି ମୋମୋ ନେଲା ଜୀବନ : ମୃତ୍ୟୁର ଫାସରେ ମାହାଙ୍ଗାର ଯୁବକ

ମାହାଙ୍ଗା : ପୁଣି ମୋମୋ ନେଲା ଜୀବନ। ମୃତ୍ୟୁର ଫାସ ଖେଳି ରାଉରକେଲା ପରେ କଟକ ମାହାଙ୍ଗା ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଉମର ଗାଁର ୨୫ବର୍ଷୀୟ ଉମାକାନ୍ତ ବେହେରା । ତାଙ୍କ ମୋବାଇଲରୁ ମୋମୋ ଆପ୍‌ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଉମାକାନ୍ତ ଗାଁର ଏକ ଅର୍ଦ୍ଧ ନିର୍ମିତ କ୍ଲବ ଘରେ ଦଉଡି ଦେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉମାକାନ୍ତ ଚେନ୍ନାଇର ଏକ କମ୍ପାନୀରେ ଚାକିରୀ କରୁଥିଲେ। ତେବେ ଗତ ୩ ମାସ ହେଲା ଗାଁକୁ ଆସିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଉମାକାନ୍ତ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.