ଆଜିଠାରୁ ବାରିପଦାରେ ଆରମ୍ଭ ହେଉଛି, ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍

ବାରିପଦା (କେନ୍ୟୁଜ୍) : ଆଜିଠାରୁ ବାରିପଦାରେ ଆରମ୍ଭ ହେଉଛି, ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଜିଲ୍ଲାରେ ଏବେ ରଗବୀ ମାନିଆ। ତକତପୁରରେ ଥିବା ଆଇନ ମହାବିଦ୍ୟାଳୟ ପଡିଆରେ ଖେଳାଯିବ ୧୯ ବର୍ଷରୁ କମ୍ ଜାତୀୟ ରଗବୀ ଚାମ୍ପିଅନସିପ। ଦେଶର ୩୨ଟି ଟିମର ପ୍ରାୟ ୧ ହଜାର ଖେଳାଳି ଅଂଶ ଗ୍ରହଣ କରିବେ। ସେଥିରେ ୨୦ଟି ପୁରୁଷ ଓ ୧୨ଟି ମହିଳା ଦଳ ରହିଛି।

ବାରିପଦା ଏମପିସି ସ୍ୱଂୟଶାସିତ ମହାବିଦ୍ୟାଳୟ ପଡ଼ିଆରେ ଖେଳାଳି ଅଭ୍ୟାସ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ୧୨ ଜଣ ଖେଳାଳି ଜାତୀୟ ସ୍ତରରେ ସ୍ଥାନ ପାଇଛନ୍ତି। ଏହାସହ ରଗବୀକୁ ନେଇ କିସ୍ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। କିସରୁ ୭ ଜଣ ବାଳିକା ଜାତୀୟ ରଗବୀ ଦଳରେ ସ୍ଥାନ ପାଇ ସାରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରୁ ଅଧିକ ଫାଇଦା ନେବାକୁ ଲକ୍ଷ୍ୟ ରଖିଛନ୍ତି କିସ୍ ଖେଳାଳିମାନେ। ଆସନ୍ତା ୯ ତାରିଖ ଯାଏଁ ଚାମ୍ପିଅନସିପ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.