Below header

ଗାଜାର ଅଲ୍ ସିଫା ହସ୍ପିଟାଲରେ ଅପହୃତ ପଣବନ୍ଦୀ: ଅଟକ ରଖିଛନ୍ତି ହମାସ ଆତଙ୍କବାଦୀ, ସିସିଟିଭି ଫୁଟେଜ୍ ଜାରି

ଗାଜାର ଅଲ୍ ସିଫା ହସ୍ପିଟାଲରୁ ମିଳିଲେ ଅପହୃତ ପଣବନ୍ଦୀ । ପଣବନ୍ଦୀଙ୍କୁ ସେଠାରେ ଅଟକ ରଖିଛନ୍ତି ହମାସ ଆତଙ୍କବାଦୀ । ସିସିଟିଭି ଫୁଟେଜ୍ ଜାରି କରି ଏହାର ବଳିଷ୍ଠ ପ୍ରମାଣ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ।

ଗାଜାର ଅଲ୍ ସିଫା ହସ୍ପିଟାଲରୁ ମିଳିଲେ ଅପହୃତ ପଣବନ୍ଦୀ । ପଣବନ୍ଦୀଙ୍କୁ ସେଠାରେ ଅଟକ ରଖିଛନ୍ତି ହମାସ ଆତଙ୍କବାଦୀ । ସିସିଟିଭି ଫୁଟେଜ୍ ଜାରି କରି ଏହାର ବଳିଷ୍ଠ ପ୍ରମାଣ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଅକ୍ଟୋବର ୭ ଇସ୍ରାଏଲରେ ହମ୍ ଲା ଦିନ ଜଣେ ନେପାଳ ନାଗରିକ ଏବଂ ଅନ୍ୟଜଣେ ଥାଇଲାଣ୍ଡ ନାଗରିକଙ୍କୁ ଅପହରଣ କରିଥିଲେ ହମାସ ଆତଙ୍କୀ ।

ଇସ୍ରାଏଲ୍ ଦାବି କରିଛି, ଭିଡିଓରେ ପଣବନ୍ଦୀଙ୍କୁ ହମାସ ଆତଙ୍କବାଦୀ ଟାଣି ଟାଣି ହସ୍ପିଟାଲ ଭିତରକୁ ନେଉଛନ୍ତି । ଇସ୍ରାଏଲରୁ ଅପହଣର ପରେ ନେପାଳ ଓ ଥାଇଲ୍ୟାଣ୍ଡର ନାଗରିକଙ୍କୁ ସିଫା ହସ୍ପିଟାଲକୁ ନେଇଥିଲେ ହମାସ ଆତଙ୍କବାଦୀ । ସିଫା ହସ୍ପିଟାଲରେ ହମଲା ପରେ ଏହି ନୂଆ ତଥ୍ୟ ସାମାନକୁ ଆଣିଛି ଇସ୍ରାଏଲ୍ ।

ଗାଜାର ସବୁଠୁ ବଡ଼ ଅଲସିଫା ହସ୍ପିଟାଲ ଏବେ ୱାର୍ ଜୋନ୍ ପାଲଟିଛି । ପାଖାପାଖି ସପ୍ତାହେ ଧରି ହସ୍ପିଟାଲରେ ଚାଲିଛି ଆଇଡିଏଫ ଅପରେସନ। ହସ୍ପିଟାଲକୁ ଘେରି ରହିଛି ଟ୍ୟାଙ୍କ । ସର୍ଚ୍ଚ ଅପରେସନ ବେଳେ ଭିତରୁ ମିଳୁଛି ପୁଳାପୁଳ ଅସ୍ତ୍ରଶସ୍ତ୍ର । ସିସିଟିଭି ଫୁଟେଜ ମାଧ୍ୟମରେ ଇସ୍ରାଏଲ ଦାବି କରିଛି ଯେ, ହସ୍ପିଟାଲକୁ ୱାର୍ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିଲେ ହମାସ ଆତଙ୍କୀ । କେବଳ ସେତିକି ନୁହେଁ ହସ୍ପିଟାଲରୁ ୫୫ ମିଟର ଲମ୍ବ ସୁଡଙ୍ଗ ଠାବ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.