ବ୍ରେକଫାଷ୍ଟରେ ବନାନ୍ତୁ ପୋଦିନା ପନିର ପରଟା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆପଣ ଅନେକ ପ୍ରକାରର ପରଟା ଖାଇଥିବେ କିନ୍ତୁ, ସବୁ ପରଟା ମଧ୍ୟରୁ ପୋଦିନା ପନିର ପରଟାର ସ୍ୱାଦ ନିଆରା । ଏହାକୁ ତିଆରି କରିବା ବି ବହୁତ ସହଜ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ବ୍ରେକଫାଷ୍ଟ ପାଇଁ ଘରେ ଅନେକ ପ୍ରକାର ପରଟା ପ୍ରସ୍ତୁତ କରାଯାଏ । କିନ୍ତୁ ସବୁ ପରଟା ମଧ୍ୟରୁ ପୋଦିନା ପନିର ପରଟାର ସ୍ୱାଦ ନିଆରା । ଏହି ପରଟା ପ୍ରୋଟିନରେ ଭରପୂର, ଯାହା ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ । ଏହାକୁ ତିଆରି କରିବା ବି ବହୁତ ସହଜ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:

ଅଟା- ୨୫୦ ଗ୍ରାମ, ପନିର- ୨୫୦ ଗ୍ରାମ (ଗ୍ରେଟ୍ ହୋଇଥିବା), ପୋଦିନା ପତ୍ର- ୧ କପ, ଲହୁଣୀ- ୨ ଚାମଚ, ଜିରା ପାଉଡର- ୧ ଚାମଚ, ଲଙ୍କା ଗୁଣ୍ଡ- ୧ ଚାମଚ, ସ୍ୱାଦାନୁସାରେ ଲୁଣ, ତେଲ ଆବଶ୍ୟକ ଅନୁଯାୟୀ, କ୍ୟାଚଅପ- ୧ ଚାମଚ, ଚଟଣି- ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ: 

ପୋଦିନା ପନିର ପରଟା ତିଆରି କରିବା ପାଇଁ ପ୍ରଥମେ ଅଟାରେ ଲୁଣ, ଜିରା ଏବଂ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏକ ଅଲଗା ପାତ୍ରରେ ପନିର, ପୋଦିନା, ଚଟଣୀ, କ୍ୟାଚଅପ୍, ଲଙ୍କା ପାଉଡର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଅଟାକୁ ଛୋଟ ପରଟା ଆକାରରେ ବେଲି ସେଥିରେ ପ୍ରସ୍ତୁତ ପନିର ମିଶ୍ରଣକୁ ଭରିଦେଇ ପୁଣି ଥରେ ପରଟା ଆକାରରେ ବେଲି ଦିଅନ୍ତୁ । ଏବେ ତାଓ୍ବାକୁ ଗରମ କରି ପରଟାକୁ ଲହୁଣୀ ଲଗାଇ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ପୋଦିନା ପନିର ପରଟା । ଏହାକୁ ଗରମ ଗରମ ଚଟଣୀ କିମ୍ବା ସସ୍ ସହ ଖାଇବାର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.