ରାତିରେ ଏକାଠି ବୁଲୁଛନ୍ତି ଆଦିତ୍ୟ ଓ ଅନନ୍ୟା, ଭିଡିଓ ହେଉଛି ଭାଇରାଲ

‘କଫି ଓ୍ଵିଥ୍‌ କରନ’ ସିଜନ ୮ ରେ ଦୁଇ ଜଣ ଆସିବା ପରେ, ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ଅନେକ କଥାବାର୍ତ୍ତା ଚାଲିଛି । କିଛି ଦିନ ପୂର୍ବରୁ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରୟ କାପୁର ପରସ୍ପର ଡେଟ୍‌ କରୁଛନ୍ତି ବୋଲି କହିଥିଲେ । ବର୍ତ୍ତମାନ ଦୁଇ ଜଣଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ ହେଉଛି ।

ବଲିଉଡ ଷ୍ଟାର ଆଦିତ୍ୟ ରୟ ଏବଂ ଅନନ୍ୟା ପାଣ୍ଡେଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଫ୍ୟାନ୍ସ ଜାଣିବାକୁ ସବୁ ବେଳେ ଉତ୍ସାହିତ ଥାନ୍ତି । ପୂର୍ବରୁ ମଧ୍ୟ ଦୁଇ ଜଣଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ‘କଫି ଓ୍ଵିଥ୍‌ କରନ’ ସିଜନ ୮ ରେ ଦୁଇ ଜଣ ଆସିବା ପରେ, ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ଅନେକ କଥାବାର୍ତ୍ତା ଚାଲିଛି । କିଛି ଦିନ ପୂର୍ବରୁ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରୟ କପୁର ପରସ୍ପର ଡେଟ୍‌ କରୁଛନ୍ତି ବୋଲି କହିଥିଲେ । ଏହାର ଠିକ୍ କିଛି ଦିନ ପରେ ହିଁ ଅନନ୍ୟା ପାଣ୍ଡେ ମଧ୍ୟ ଆଦିତ୍ୟ ରୟଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା ଜଣାଇଥିଲେ । ବର୍ତ୍ତମାନ ଦୁଇ ଜଣଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ ହେଉଛି ।

ସେହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଲେଟ୍‌ ନାଇଟ୍‌ରେ ଏକା ସହ ନଜର ଆସିଛନ୍ତି । ଏହି ଭିଡିଓରେ ଦୁଇଜଣ ପରସ୍ପରକୁ ଦେଖି ହସୁଥିବାର ନଜର ଆସିଛନ୍ତି । ଅନନ୍ୟା ଓ ଆଦିତ୍ୟ କାରରେ ବସି କୌଣସି ସ୍ଥାନକୁ ଯାଉଥିବାର ଦେଖିବା ପାଇଁ ମିଳିଛି । ଦୁଇଜଣ କ୍ୟାମେରା ଦେଖି ହସୁଥିବାର ନଜର ଆସିଛନ୍ତି ।

ତେବେ ଯଦି ଦେଖିବା ତାହେଲେ ନିଜ ରିଲେସନ୍‌ସିପ୍‌କୁ ଦୁଇଜଣ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । କିନ୍ତୁ ପ୍ରାୟତଃ ଦୁଇ ଜଣ ଅଲଗା ଅଲଗା ଗାଡିରେ ଯେକୌଣସି ଇଭେଣ୍ଟରେ ପହଞ୍ଚିଥାନ୍ତି । ହେଲେ ଏଥର ଦୁଇ ଜଣ ଏକା ସହତି ଗୋଟିଏ ଗାଡିରେ ଆସିଥିଲେ ।

ଆଦିତ୍ୟ ରୟ ଏବଂ ଅନନ୍ୟା ପାଣ୍ଡେଙ୍କୁ ଏକାଠି ଦେଖିବା ପରେ ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି । ତେବେ ଫ୍ୟାନ୍ସ କହିଛନ୍ତି ଯେ ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାନ୍ତି । ଅନେକ ଫ୍ୟାନ୍ସ ସେମାନଙ୍କ ଯୋଡିକୁ ବଲିଉଡର ବେଷ୍ଟ ଯୋଡି ବୋଲି ମଧ୍ୟ ଭାବନ୍ତି । ଏପରି ମଧ୍ୟ ଜଣେ ନେଟ୍‌ଜେନ୍‌ ଦୁଇ ଜଣଙ୍କୁ ସୁନ୍ଦର ବୋଲି କହିଥିଲେ ।

ସୂଚନା ମୁତାବକ, ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଡେଟିଂ ବିଷୟରେ ବଲିଉଡର ଅନେକ ଚର୍ଚ୍ଚା ଚାଲିଛି । ତେବେ ଏହି କିଛି ଦିନ ପୂର୍ବରୁ ଦୁଇଜଣଙ୍କର ଏକ ରୋମାଣ୍ଟିକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ଅନନ୍ୟାଙ୍କ ହାତ ଆଦିତ୍ୟ ଧରିଥିବାର ନଜର ଆସିଥିଲେ । ଏପରି ମଧ୍ୟ ମାଲଦ୍ୱୀପ ଯିବା ପୂର୍ବରୁ ମଧ୍ୟ ଦୁଇଜଣଙ୍କୁ ଏୟାରପୋଟ୍‌ରେ ଏକାଠି ଦେଖିବାକୁ ମିଳିଥିଲା । ଏହା ଦ୍ୱାରା ସ୍ପଷ୍ଟ ହୋଇଥିଲା ଯେ ଦୁହେଁ ଏକାଠି ଛୁଟିରେ ଯାଇଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ କାମ ବିଷୟରେ କହିବାକୁ ଗଲେ ସେ କିଛି ଦିନ ପୂର୍ବରୁ ‘ଡ୍ରିମ୍ ଗାର୍ଲ ୨’ରେ ଦେଖିବାକୁ ମିଳିଥିଲେ । ଏହା ସହ ଆଦିତ୍ୟ ରୟଙ୍କୁ ‘ ଦ ନାଇଟ୍ ମ୍ୟାନେଜର୍’ ର ଦୁଇଟି ସିଜିନ୍‌ରେ ଦେଖିବାକୁ ମିଳିଥିଲା । ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଦୁଇଜଣ ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.