ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ନା ! ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସରକାର ଗୁରୁବାର କହିଛନ୍ତି ଯେ, ଗୋଟିଏ ସମଲିଙ୍ଗ ଯୋଡି ସହିତ ପାର୍ଟନର ଭଳି ରହିବା ଏବଂ ଯୌନ ସମ୍ବନ୍ଧ ସ୍ଥାପନା କରିବା ଭାରତୀୟ ପରିବାର ଦ୍ୱାରା ଗ୍ରହଣୀୟ ନୁହେଁ।

ହିନ୍ଦୁ ବିବାହ କାନୁନ ଏବଂ ବିଶେଷ ବିବାହ କାନୁନ୍ ଅନୁଯାୟୀ ସମଲିଙ୍ଗୀକ ବିବାହକୁ ମଞ୍ଜୁରୀ ଦେବା ଦାବିକୁ ନେଇ ପିଟିସନ୍ ଦାଖଲ କରାଯାଇଥିଲା ତେବେ ଏହାର ଜବାବରେ କେନ୍ଦ୍ର ସରକାର ନିଜର ନିଷ୍ପତିକୁ କୋର୍ଟରେ ଉପସ୍ଥାପନ କରିଛନ୍ତି। ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେବା ଦାବିକୁ ନେଇ ଉଚ୍ଚ ନ୍ୟାୟାଳୟରେ ଅନେକ ପିଟିସନ୍ ଦାୟର କରାଯାଇଛି। ଏଥିରେ ଦୁଇ ମହିଳା ମଧ୍ୟ ଅଛନ୍ତି ଯିଏ ଗତ କିଛି ବର୍ଷ ହେଲା ସାଥିରେ ରହୁଛନ୍ତି ଏବଂ ସେମାନେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେବା ପାଇଁ ଦାବି କରିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି ଯେ ବିବାହ ଦୁଇ ବ୍ୟକ୍ତିଙ୍କ ମାମଲାରେ ହୋଇପାରେ, କିନ୍ତୁ ଏହା ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏହାକୁ କେବଳ ବ୍ୟକ୍ତିଗତ ଭାବରେ ଛାଡିହେବନି। ସରକାର ଆହୁରି ମଧ୍ୟ କହିଛନ୍ତି, ‘ପାର୍ଟନରଙ୍କ ଭଳି ସାଥିରେ ରହିବା ଏବଂ ସମାନ ଲିଙ୍ଗ ସହିତ ଯୌନ ସମ୍ବନ୍ଧ ରଖିବା ଦ୍ୱାରା ପରିବାର ହୋପାରିବ ନାହିଁ, ଯେଉଁ ପରିବାରରେ ସ୍ୱାମୀ ସ୍ତ୍ର ଏବଂ ସନ୍ତାନ ଥିବେ।। ତେଣୁ ଏହି ବିବାହ ଗ୍ରହଣୀୟ ନୁହେଁ।