ବୁଲା କୁକୁରଙ୍କ ଉପରେ ଲାଗିବ ରୋକ୍‌, ନୂଆ ଆଇନ ଆଣୁଛନ୍ତି କେନ୍ଦ୍ର ସରକାର

ବୁଲା କୁକୁର ହିଂସ୍ରାତ୍ମକ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଖୁବଶୀଘ୍ର ନୂଆ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନୂଆ ବିଧେୟକ ଆସୁଛି ବୋଲି କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ସରକାର ଖୁବଶୀଘ୍ର ବୁଲା କୁକୁରଙ୍କ ସମସ୍ୟାକୁ ନେଇ ନୂଆ ଆଇନ ଆଣିବାକୁ ଯାଉଛନ୍ତି । କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ପୁରଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ବୁଲା କୁକୁରକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ବିଧେୟକ ପ୍ରସ୍ତୁତ ରହିଛି । ଯାହାକୁ ମଞ୍ଜୁରୀ ମିଳିବା ପରେ ପ୍ରଣୟନ କରାଯିବ ।

ବର୍ତ୍ତମାନ ପଶୁ କଲ୍ୟାଣ ବୋର୍ଡ ମାଧ୍ୟମରେ ରାଜ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ସହାୟତା କରାଯିବାକୁ ଚେଷ୍ଟା କରାଯାଉଛି । ଲୋକଙ୍କ ସମସ୍ୟାକୁ ସମାଧାନ କରାଯିବା ପାଇଁ ବର୍ତ୍ତମାନ କାନୁନ ସଂଶୋଧନର ଆବଶ୍ୟକତା ରହିଛି ।
ବୁଲା କୁକୁର ସମସ୍ୟା ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିସାରିଛି । କେରଳ ରାଜ୍ୟ ବାଳ ଅଧିକାରୀ ସଂରକ୍ଷଣ ଆୟୋଗ ହିଂସ୍ର ବୁଲା କୁକୁର ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଦାବି କରି ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ । ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟରେ କରିଥିବା ଆବେଦନରେ କେରଳରେ ପିଲାଙ୍କୁ ବୁଲା କୁକୁର ଆକ୍ରମଣ କରୁଥିବା ଘଟଣା ରହିଥିଲା ।

ସୁପ୍ରିମକୋର୍ଟ ଗତ ସପ୍ତାହରେ କେରଳରେ ବୁଲା କୁକୁର ଦଳ ଏକ ଦିବ୍ୟାଙ୍ଗ ଝିଅକୁ ମାରିଥିବା ଘଟଣାରେ ସମ୍ବେଦନା ବ୍ୟକ୍ତ କରିଥିଲେ । ସୁପ୍ରିମକୋର୍ଟ କୁନ୍ନୁର ଜିଲ୍ଲା ପଞ୍ଚାୟତର ଯାଚିକା ଉପରେ ବିଚାର କରି ୧୨ ଜୁଲାଇରେ ଶୁଣାଣି କରିବେ ବୋଲି ନିର୍ଦ୍ଧାରିତ ହୋଇଛି । ତେବେ ବିଧେୟକରେ କ’ଣ ରହିଛି, ତାହା ମଞ୍ଜୁରୀ ମିଳିବା ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.