Below header

ଯୁବକଙ୍କୁ ଧକ୍କା ଦେଇ ଘରେ ପିଟି ହୋଇ ଓଲଟିଲା ପିକଅପ ଭ୍ୟାନ୍ : ଜଣେ ମୃତ

ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ-୪୯ ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ନିକଟରେ ଦୁର୍ଘଟଣା l ଜଣେ ଯୁବକକୁ ଧକ୍କା ଦେବା ପରେ ନିକଟରେ ଥିବା ଏକ ଘରର କାନ୍ଥକୁ ଧକ୍କା ଦେଇ ଓଲଟିପଡିଲା ଗୋରୁ ଚଲାଣ କରୁଥିବା ପିକଅପ ଗାଡି। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ-୪୯ ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ନିକଟରେ ଦୁର୍ଘଟଣା । ଜଣେ ଯୁବକକୁ ଧକ୍କା ଦେବା ପରେ ନିକଟରେ ଥିବା ଏକ ଘରର କାନ୍ଥକୁ ଧକ୍କା ଦେଇ ଓଲଟିପଡିଲା ଗୋରୁ ଚଲାଣ କରୁଥିବା ପିକଅପ ଗାଡି। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କୁଡାଲୋଇର ପଦ୍ମଲୋଚନ ଗର୍ଡିଆ ବୋଲି ଜଣାପଡିଛି l ଘଟଣା ସ୍ଥଳରେ ଦେଖାଦେଇଛି ଉତ୍ତେଜନାର ପରିସ୍ଥିତି ।

ଡ୍ରାଇଭର ଫେରାର ମାରିଥିବାବେଳେ ହେଲଫରକୁ କାବୁ କରିଛନ୍ତି ଲୋକେ। ବେଆଇନ ଭାବରେ ପ୍ରାୟ ୧୦-୧୨ ଟି ଗୋରୁ ନେଇ ଏହି ପିକ ଅପ ଗାଡି ରାୟଗଡ ପଟୁ ଝାରସୁଗୁଡା ପଟକୁ ଆସୁଥିଲା । ତେବେ ଏନେଇ ଖବର ପାଇ କିଛି ଯୁବକ କୁଡାଲୋଇ ନିକଟରେ ଗାଡିକୁ ରୋକିବାକୁ ଚେଷ୍ଟା କରିଥିଲେ। ତେବେ ଗାଡି ରୋକିବା ପରିବର୍ତ୍ତେ ଫେରାର ହେବାକୁ ଚେଷ୍ଟା କରି ପଦ୍ମଲୋଚନ ଗର୍ଡିଆଙ୍କୁ ଧକ୍କା ଦେବାସହ ନିକଟସ୍ଥ ଏକ ଘରର କାନ୍ଥକୁ ଧକ୍କା ଦେଇ ଓଲଟି ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.