Below header

ନିଜେ ପକାଇଥିବା ଛେପକୁ ହାତରେ ପୋଛିଲେ ବ୍ୟକ୍ତି, ପୋଲିସ ଆଗରେ କରୁଥିଲେ ଏପରି ଦେଖନ୍ତୁ ଭିଡ଼ିଓ

କଣ ଆପଣ ବଜାରକୁ ଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଉଛନ୍ତି। ଯଦି ଆପଣ ଏମିତି କରୁଥାନ୍ତି ତାହେଲେ ସାବଧାନ ହୋଇଯାନ୍ତୁ। କାହିଁକିନା ଆପଣଙ୍କ ଅବସ୍ଥା ମଧ୍ୟ ଏହି ବ୍ୟକ୍ତିଙ୍କ ଭଳି ହୋଇପାରେ। ଯଦି କିଛି ବୁଝି ପାରୁନାହାନ୍ତି ତାହେଲେ ଆସନ୍ତୁ ଜାଣିବା ପୂରା ଘଟଣା ସମ୍ପର୍କରେ।

ଚଣ୍ଡୀଗଡ ଟ୍ରିବ୍ୟୁନ ଛକ ପାଖରେ ଦକ୍ଷିଣ ମାର୍ଗରେ ଡ୍ୟୁଟି କରୁଥିବା ଜଣେ ଟ୍ରାଫିକ ପୋଲିସ ଏକ ବାଇକ ଆରୋହୀଙ୍କ ହାତରେ ରାସ୍ତା ସଫା କରାଇଛନ୍ତି। କାହିଁକିନା ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥିବାବେଳେ ରାସ୍ତା ଉପରେ ଛେପ ପକାଇଦେଇଥିଲେ।

ସୂଚନା ଅନୁଯାୟୀ ଟ୍ରାଫିକ ପୋଲିସ ଜଣଙ୍କ ମଟର ସାଇକେଲ ଚଲାଉଥିବା ବ୍ୟକ୍ତିଙ୍କୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଛେପ ପକାଇ ଯାଉଥିବା ଦେଖିବାକୁ ପାଇଲେ। ଏହାପରେ ପୋଲିସକର୍ମୀ ଜଣଙ୍କ ବାଇକ ଆରୋହୀଙ୍କୁ ଅଟକାଇ ଛେପ ପକାଇଥିବା ସମସ୍ତ ଜାଗାକୁ ସଫା କରାଇଥିଲେ।

ବ୍ୟକ୍ତି ଜଣଙ୍କ କାନ ମୁଣ୍ଡ ଆଉଁଶି ହାତ ଏବଂ କିଛି ଘାସ ସାହାଯ୍ୟରେ ପାଣିରେ ସଫା କରିଥିଲେ। ତେବେ ଏବେ ଜାଣିଲେ ତ ସର୍ବ ସାଧାରଣ ସ୍ଥାନରେ ଛେପ ପକାଇବାର ଫଳାଫଳ କଣ ଘଟିଲା। ତେଣୁ ଆପଣ ଏପରି କରୁଥିଲେ ସୁଧୁରିଯାଆନ୍ତୁ, ନଚେତ ଆପଣଙ୍କ ଏହି ଭୁଲ ପାଇଁ ଅନେକ ଲୋକ ରୋଗଗ୍ରସ୍ତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.