Below header

ଅମିତାଭ ବଚ୍ଚନଙ୍କ ସହ ୬୦ରୁ ଊର୍ଦ୍ଧ୍ୱ କଳାକାର ମିଶି ଗାଇଲେ ‘ଗୁଜର ଜାଏଗା’, କରୋନା ମଧ୍ୟରେ ଆଶା ସଞ୍ଚାର କରିବ ଏହି ଗୀତ; ଦେଖନ୍ତୁ ଭିଡିଓ

କରୋନା ମହାମାରୀ ମଧ୍ୟରେ ଲୋକଙ୍କ ନିକଟରେ ସକାରାତ୍ମକ ଭାବନା ପହଞ୍ଚାଇବା ପାଇଁ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ନିଜ ସ୍ୱରରେ ଏକ ଗୀତ ରେକର୍ଡ କରିଛନ୍ତି। ଏହି ଗୀତ ନାଁ ରହିଛି ‘ଗୁଜର ଜାଏଗା ବକ୍ତ ହି ତୋ ହେ’। ଏହି ଗୀତରେ ସବୁ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବହୁ ନାମୀ ଦାମୀ କଳାକାର ମଧ୍ୟ ସାମିଲ ଅଛନ୍ତି। ୬୫ ଜଣ କଳାକାରଙ୍କୁ ନେଇ ଏହି ଭିଡିଓ ପ୍ରସ୍ତୁତ ହୋଇଛି। କରୋନା ଯୋଗୁ ଏବେ ସମସ୍ତେ ଆତଙ୍କିତ ଥିବା ବେଳେ ଲୋକଙ୍କ ଧୈର୍ଯ୍ୟ ବଢ଼ାଇବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

ଦେଖନ୍ତୁ ଭିଡିଓ:

Video Courtesy: Hope

ଏହି ଭିଡିଓରେ ସୋନୁ ନିଗମ, ଶ୍ରେୟା ଘୋଷାଲ, ରବୀନା ଟଣ୍ଡନ, କପିଳ ଶର୍ମା, ମନୋଜ ବାଜପେୟୀ, ଏକତା କପୁର, ମୋନାଲୀ ଠାକୁର, ରିଚା ଚଢ୍‌ଢ଼ା, ଶାନ୍‌, ମହେଶ ଭୂପତି, ସାନିଆ ମିର୍ଜା, ସନି ଲିଓନୀ, ସାୟଂତାନୀ ଘୋଷ ଓ ବରୁଣ ପ୍ରଭୁ ଓ ଦୟାଲ ଗୁପ୍ତା ଏହି ଗୀତକୁ ପ୍ରୋଜେକ୍ଟ କରିଛନ୍ତି। ଭିଡିଓକୁ ପ୍ରସ୍ତୁତ କରିଛନ୍ତି ବରୁଣ ପ୍ରଭୁଦୟାଲ ଗୁପ୍ତା ଓ ଜୟ ବର୍ମା। ଏହାର ଧୁନ୍‌ ଜଜିମ ଶର୍ମା ଦେଇଥିବା ବେଳେ ଲେଖିଛନ୍ତି ସିଦ୍ଧାନ୍ତ କୁଶଲ। ଅମିତାଭ ବଚ୍ଚନ ଏହି ଗୀତକୁ ବର୍ଣ୍ଣନା ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.