କରୋନା ଯୋଗୁ ଏଥର ହେବନି ସ୍ପେଶାଲ OJEE, ଜାରି ହେଲା ନୂଆ ଗାଇଡଲାଇନ୍

କେନ୍ୟୁଜ ବ୍ୟୁରୋ : କରୋନା ଯୋଗୁ ଏଥର ହେବନି ସ୍ପେଶାଲ OJEE । ଏଥିପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍‌ । ଚଳିତ ବର୍ଷ ସ୍ପେଶାଲ OJEE ବଦଳରେ ହେବ CBT ଟେଷ୍ଟ । କେବଳ ବି-ଟେକ୍‌ ଛାତ୍ରଛାତ୍ରୀଙ୍କ ପାଇଁ CBT ଟେଷ୍ଟ କରାଯିବ । ବି-ଟେକ୍‌ ଆଡମିଶନ ପାଇଁ ସ୍ୱତନ୍ତ୍ର OJEE ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରବେଶିକା ପରୀକ୍ଷା ପାଇଁ ଆଜିଠୁ ଅନଲାଇନ ଆବେଦନ କରିହେବ ।

ମେ’ ୩୧ ସୁଦ୍ଧା ଆବେଦନ କରି ହେବ । ଜୁନ୍‌ ୫ ତାରିଖ ଦେୟ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଜୁନ୍‌ ୧୭ ପରେ ପରିସ୍ଥିତି ଦେଖି ଆଡମିଟ କାର୍ଡ ଦିଆଯିବ । ଏହା ପରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.