Below header

ଅଷ୍ଟ୍ରେଲିଆର କାନବେରାରେ ରଥାରୁଢ ହେଲେ କାଳିଆ ଠାକୁର, ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ପୁରା ପରିବେଶ

ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଳିତ । ତରୁଣ ଅଗସ୍ତିଙ୍କ ତତ୍ତ୍ୱାବଧାନରେ କାନବେରା ଓ ସିଡନୀ ଓଡିଆ ସୋସାଇଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ସ୍ଥାନୀୟ ହିନ୍ଦୁ ମନ୍ଦିର ଓ ଫ୍ଲୋରେ ସାଂସ୍କୃତିକ କେନ୍ଦ୍ର ଠାରେ ଏହା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ହରିନାମ ସଂକୀର୍ତ୍ତନ କରି ମହାପ୍ରଭୁଙ୍କ ସୁସଜ୍ଜିତ ରଥକୁ ଟାଣି ଥିଲେ । ହିନ୍ଦୁ ମନ୍ଦିର ଠାରୁ ରଥକୁ ରାସ୍ତାରେ ଶ୍ରଦ୍ଧାର ସହ ଟାଣି ଥିଲେ ଭକ୍ତ। ଅଷ୍ଟ୍ରେଲିଆରେ ରହୁଥିବା ଅନେକ ଓଡିିଆ ସୋସାଇଟି ଓ ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସ୍ଥାନୀୟ ବିଧାୟକ, ବିରୋଧୀ ଦଳ ନେତା ଆଲିଷ୍ଟର କୋ ଏଥିରେ ଯୋଗ ଦେଇ ଓଡ଼ିଆ ସୋସାଇଟିକୁ ନିଜ ସମର୍ଥନ ଦେଇଥିଲେ ଏହି ଅବସରରେ ଭଜନ ସମାରୋହ ସହ ମହାପ୍ରସାଦ ବିତରଣ କରାଯାଇଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଦେଶରେ ଥିବା ଓଡ଼ିିଆଙ୍କୁ ଏକାଠି କରିବା ଏହି ରଥ ଯାତ୍ରାର ମୂଳ ଲକ୍ଷ୍ୟ ବୋଲି କାନବେରା ଓଡ଼ିଆ ସୋସାଇଟି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.