କୁକୁଡ଼ା ବିରୁଦ୍ଧରେ FIR,ପୁରା ଘଟଣା ଜାଣିଲେ ହୋଇଯିବେ ଚକିତ

ମହାରାଷ୍ଟ୍ରର ପୁନେ ରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଗୋଟେ ପୋଷା କୁକୁଡ଼ାର ମଳତ୍ୟାଗ ଦ୍ୱାରା ବିବ୍ରତ ହୋଇ ଜଣେ ମହିଳା କୁକୁଡ଼ାଟି ବିରୁଦ୍ଧରେ ଥାନାରେ ଏତେଲା ଦେଇଛନ୍ତି ଏଭଳି କିଛି ଘଟଣା ଫ୍ରାନ୍ସ ରେ ମଧ୍ୟ ଦେଖିବାକୁ ମିଳିଛି । ମଳତ୍ୟାଗ କରିବାକୁ ନେଇ ଏଠାରେ କୁକୁଡ଼ା ଵିରୋଧରେ ଏତେଲା ଦିଆଯାଇଛି

କୁକୁଡ଼ାଟିର ନାମ ମୋୖରିସ ଅଟେ । ଲୋକଙ୍କ ଅଭିଯୋଗ ଅନୁସାରେ ସକାଳୁ ସକାଳୁ ତାର ମଳତ୍ୟାଗ ଏବଂ ରାବଦ୍ଵାରା ଧ୍ୱନି ପ୍ରଦୁଷଣ ହେବା ସହ ନିଦ ଉପରେ ମଧ୍ୟ ପ୍ରଭାବ ପକାଉଛି । ଏହି ଘଟଣାଟି ଫ୍ରାନ୍ସ ଇଶଲେ ଅଫ ଓଲୁରୋୖନ ର ସେଣ୍ଟ ପିଏରେ ଦେ ଓଲୁରୋୖନ ଗ୍ରାମର ଅଟେ ଏବଂ ଏହି କୁକୁଡ଼ାକୁ ପାଳିଥିବା ମହିଳା ଜଣଙ୍କ ହେଉଛନ୍ତି କୋରିନ ଫେସ୍ୟୁ ।

୨୦୧୭ମସିହା ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ମହିଳାଙ୍କ ପଡୋଶୀ କୁକୁଡ଼ା ବିରୋଧରେ ଅଭିଯୋଗ କରିଥିଲେ ଏବଂ ତାଙ୍କ କୁକୁଡ଼ାକୁ ଚୁପ କରାଇବାପାଇଁ କହିଥିଲେ କାରଣ କୁକୁଡ଼ାର ରାବ ଦ୍ୱାରା ତାଙ୍କର ଶାନ୍ତିଭଗ୍ନ ହେଉଥିଲା । ଏହି ମାମଲା ବର୍ତ୍ତମାନ ଅଦାଲତରେ ଚାଲିଛି ଯାହାର ଶୁଣାଣି ସେପ୍ଟେମ୍ବର ମାସରେ ହେବ ବୋଲି ଆଶା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.