Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କଲେନି କୁନି ପରିବେଶବିତ ଲିସିପ୍ରିୟ କଂଜୁଗାମ

ମୋଦିଙ୍କ ସମ୍ମାନକୁ ଗ୍ରହଣ କଲେନି ଲିସିପ୍ରିୟ । ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ସମାଜକୁ ପ୍ରେରଣା ଦେଉଥିବା ମହିଳା ମାନଙ୍କୁ ହିଁ ଅର୍ପଣ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଜଳବାୟୁ କୁନି କାର୍ଯ୍ୟକର୍ତ୍ତା ୮ ବର୍ଷୀୟ ଲିସୀପ୍ରିୟ କଂଜୁଗାମ କିନ୍ତୁ ଆଡ଼େଇ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ନେଇ କାମ କରୁଥିବା ଏହି ଛୋଟ ଝିଅ ଟିକୁ ସରକାର ଜଣେ ପ୍ରେରଣା ଦାୟୀ ମହିଳା ଭାବେ ବାଛି ଥିଲେ । କିନ୍ତୁ ଲିସୀପ୍ରିୟ ଏହି ସରକାରଙ୍କ ଏହି ପ୍ରସ୍ତାବ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ଏହି ଛୋଟ ଝିଅଟି କହିଛି, ଯଦି ଆପଣ ମୋ ସ୍ୱର ଶୁଣୁନାହାନ୍ତି ତେବେ ମୋର ସମ୍ମାନ ବି କରନ୍ତୁ ନାହିଁ ।

modi new

ପ୍ରକୃତରେ ଟ୍ୱିଟର ହ୍ୟାଣ୍ଡଲ ସହ ଲିସିପ୍ରିୟଙ୍କ ସହ ଜଡିତ ଏକ ଟ୍ୱିଟର କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା କି ଲିସିପ୍ରିୟ ମଣିପୁରର ଏକ ଶିଶୁ ପରିବେଶ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହିଁ ଏହି କୁନି ପରିବେଶବିଦଙ୍କୁ ଅବଦୁଲ କଲାମ ଚିଲଡ୍ରେନ ଆୱାର୍ଡ , ବିଶ୍ୱ ବାଳ ଶାନ୍ତି ପୁରସ୍କାର ସହ ଭାରତ ଶାନ୍ତି ପୁରସ୍କାରରେ ବି ସମ୍ମାନିତ କରାଯାଇଥିଲା । ପରେ ନିଜେ ଲିସିପ୍ରିୟ କଂଜୁଗମ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତିକି, ଦେଶର କେତେକ ପ୍ରେରଣା ଦାୟୀ ମହିଳାଙ୍କ ଭିତରେ ତାଙ୍କୁ ବଛା ଯାଇଥିବାରୁ ସରକାରଙ୍କୁ ଧନ୍ୟବାଦ । ଏଠାରେ କହି ରଖିବା ଉଚିତକି, ଅନେକ ଦିନ ହେବ

modi new

ଲିସିପ୍ରିୟ ଜଳବାୟୁ ପରିବର୍ତ୍ତନ ଉପରେ ଆଇନ ବନାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଂସଦ ମାନଙ୍କ ନିକଟରେ ଦାବି କରି ଆସୁଛନ୍ତି । ସରକାର ଏହି ଦିଗ ପ୍ରତି ଧ୍ୟାନ ଦେଉନଥିବାରୁ ସେ ସରକାରଙ୍କ ଉପରେ ରାଗିଥିବା କଥା କହିଛନ୍ତି । କିଛି ଦିନ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେକି ସମାଜକୁ ପ୍ରେରଣା ଦେଉଥିବା ମହିଳା ମାନଙ୍କୁ ସେ ମହିଳା ଦିବସରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ସମର୍ପଣ କରିବେ । ଯାହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରେରଣା ସଂଚାରିତ ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.