ବିଶ୍ୱ ମହିଳା ଦିବସ ଅବସରରେ ଭୁବନେଶ୍ୱରରେ କାର ରାଲି, ଉଦଘାଟନ କରିଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ

ଭୁବନେଶ୍ୱର (କେନ୍ୟୁଜ୍) : ବିଶ୍ୱ ମହିଳା ଦିବସ ଅବସରରେ ଭୁବନେଶ୍ୱରରେ କାର ରାଲି। ଏହି ରାଲି ସାଣ୍ଡି ଟାୱାର ଛକରୁ ବାହାରି କିଟ୍‌ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଯାଇଥିଲା। ସେବା ପ୍ରୟାସ ଫାଉଣ୍ଡେସନ ତରଫରୁ ଏହି ର‍୍ୟାଲିର ଆୟୋଜନ କରାଯାଇଥିଲା । ପତକା ହଲେଇ ରାଲିକୁ ଉଦଘାଟନ କରିଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ । ବହୁ ସଂଖ୍ୟାର ମହିଳାମାନେ ଏଥିରେ ଯୋଗ ଦେଇ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟି ଥିଲେ । କରୋନା ଭାଇରାସ୍‌ରୁ କିଭଳି ଦୁରେଇ ରହିପାରିବା , ମହିଳା ଶଶକ୍ତିକରଣ , ଭୃଣ ହତ୍ୟା ସହ ପରିବେଶ ସୁରକ୍ଷା ଭଳି ବିଭିନ୍ନ ବାର୍ତ୍ତା ବଣ୍ଟିଥିଲେ ମହିଳାମାନେ । କାଯ୍ୟକ୍ରମରେ ସିନେ ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର , ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.