ଏୟାରଷ୍ଟ୍ରାଇକ୍ ସମୟରେ ଜନ୍ମ ହେଲା ଛୁଆ, ନାମ ରଖିଲେ-ମିରାଜ୍

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ସଂଗଠନ ଉପରେ ବମ୍ ପକାଇଥିଲେ। ଏହି ଘଟଣା ପରେ ସାରା ଭାରତରେ ଖୁସିର ଲହରୀ ଖେଳି ଯାଇଥିଲା। ସ୍ଥାନସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ଘରେଘରେ ଉତ୍ସବର ମାହୋଲ ଖେଳିଯାଇଥିଲା। ଏହି ସମୟରେ ରାଜସ୍ଥାନରେ ଏକ ସୈନିକ ପରିବାରରେ ଜନ୍ମ ହୋଇଥିଲା ଏକ ଶିଶୁ। ଯାହାର ନାମ ପରିବାର ଲୋକ ମିରାଜ୍ ସିଂ ରଖିଛନ୍ତି।

ସୂଚନା ଅନୁଯାୟୀ, ନାଗୋର ଜିଲ୍ଲାର ଡାବଡା ଗ୍ରାମରେ ରହୁଥିବା ମହାବୀର ସିଂଙ୍କ ପତ୍ନୀ ପ୍ରସବ ପୀଢ଼ା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପିଲାଟିର ଜନ୍ମ ଠିକ୍ ସେହି ସମୟରେ ହୋଇଥିଲା ଯେତେବେଳେ ଭାରତୀୟ ସେନା ମିରାଜ ବିମାନ ଜରିଆରେ ପାକିସ୍ତାନ ଭୂଇଁରେ ବମ ବର୍ଷାଉଥିଲା।

aircraft

ପୁଲଓ୍ବାମା ସହିଦଙ୍କ ବଦଲା ଭାବେ ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ପାଇଁ ପରିବାରଲୋକ ନବଜାତର ନାମ ମିରାଜ ସିଂହ ରାଠେର ରଖିଛନ୍ତି। ମିରାଜଙ୍କ ପରିବାରର ଅଧିକାଂଶ ସଦସ୍ୟ ସେନାରେ ରହିଛନ୍ତି।
ସୂଚନାଯୋଗ୍ୟ କି, ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁ ସେନା ପାକିସ୍ତାନର ବାଲାକୋଟ ଅଞ୍ଚଳରେ ଖୁବ ବୋମା ମାଡ କରିଥିଲା। ଯେଉଁଥିରେ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ। ପରେ ଆଜି ମଧ୍ୟ ସକାଳେ ପାକିସ୍ତାନର ହେଲିକପ୍ଟର ଭାରତୀୟ ସୀମା ରେଖା ମଧ୍ୟକୁ ପ୍ରବେଶ କରିଥିଲା। ଯାହାକୁ ଭାରତୀୟ ସେନା ଧ୍ବଂସ କରିଥିବା ସୂଚନା ମିଳିଛି।