କାଲିଠୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା, କୋ-ଓ୍ଵିନ୍ ଆପ୍ରେ ଚାଲିଛି ପଞ୍ଜିକରଣ

କେନ୍ୟୁଜ୍(ବ୍ୟୁରୋ): କାଲିଠୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଗତକାଲିଠୁୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ ଚାଲିଛି । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ ପତ୍ର ନଥିବ ସେମାନେ ଆଇଡେଣ୍ଟି କାର୍ଡ ଦ୍ୱାରା କୋଓ୍ଵିନ୍ ଆପ୍ରେ ରେଜିଷ୍ଟର କରିପାରିବେ । ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରରେ କାଲିଠାରୁ ଟିକା ନେଇପାରିବେ ।
ଏହାଛଡ଼ା ଅନ୍ ଦ ସ୍ପଟ ଟିକାକରଣର ବ୍ୟବସ୍ଥା ରହିଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେନି, ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ । କେବଳ ରାଜଧାନୀରେ ଲକ୍ଷେ କିଶୋର ଟିକା ନେବେ। ରାଜ୍ୟରେ ୨ହଜାର ୬୦୦ ଟିକାକରଣ କେନ୍ଦ୍ର ଅଛି । ସେଥିରୁ କିଛି କେବଳ ୧୫ରୁ ୧୮ ବର୍ଷଙ୍କ ଟିକାକରଣ କେନ୍ଦ୍ର ରହିବ । ରାଜ୍ୟରେ ପ୍ରାୟ ୨୩ ଲକ୍ଷ କିଶୋର-କିଶୋରୀ ଟିକା ନେବେ। COWIN ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟିକାକରଣ ପାଇଁ ବୁକ କରିସାରିଛନ୍ତି ।