Below header

କରୋନାରୁ ମୁକ୍ତି ପାଇଁ ପୁଣିଥରେ ଅଦ୍ଭୁତ ଖାଦ୍ୟ ଖାଇଲେଣି ଚୀନ୍‌ବାସୀ, ଏବେ ଖାଉଛନ୍ତି ଏହି ଜୀବର ମାଂସ

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ ଅଛନ୍ତି। ଚୀନ୍‌ରେ ଏହି ଭାଇରସ୍‌ ଏତେ ପରିମାଣରେ ବ୍ୟାପିଗଲାଣି ଯେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି କହିଲେ ଚଳେ। ଏହି ମାରାତ୍ମକ ରୋଗର ଚିକିତ୍ସା ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଏଣୁ ଖୋଦ୍‌ ଡାକ୍ତରମାନେ ଏଥିପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବ୍ୟବହାର କରିବାକୁ କହିଲେଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରୋଗୀମାନେ ଜୀବନ ବଞ୍ଚାଇବା ପାଇଁ କେତେକ ଘରୋଇ ଉପଚାର କରୁଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ଜୀବନ ବଞ୍ଚାଇବାକୁ କ’ଣ କରୁଛନ୍ତି ଚୀନ୍‌ବାସୀ…

Image result for corona virus

କରୋନାର ଚିକିତ୍ସା ବାହାରିନଥିବାରୁ ଜୀନବ ବଞ୍ଚାଇବା ପାଇଁ ଚୀନ୍‌ବାସୀ ଏବେ କଇଁଛ ମାଂସ ଖାଉଥିବା ଜଣାଯାଇଛି। ଚୀନର ବୈଜ୍ଞାନିକଙ୍କ କହିବାନୁସାରେ ଏହି ସଂକ୍ରମଣର ମୁଖ୍ୟ କାରଣ ହେଉଛି ଶରୀରରେ ରୋଗ ପ୍ରତିଷେଧକ ଶକ୍ତିର ଅଭାବ। କଇଁଛ ମାଂସରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଅଂଶ ଥିବାରୁ ଶରୀରକୁ ଭିତରୁ ମଜଭୁତ ବନାଇବା ପାଇଁ ଚୀନ୍‌ବାସୀ ଏବେ ତାହାକୁ ଖାଉଛନ୍ତି। ରିପୋର୍ଟ ମୁତାବକ ମେଡିକାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଡିନରରେ କଇଁଛ ମାଂସ ଖାଇବାକୁ ଦେବା ବାଧ୍ୟତାମୂଳକ ହୋଇଛି।

Image result for chinese-are-eating-totoise meat

ସୂଚନା ମୁତାବକ ଚୀନ୍‌ବାସୀ ଏବେ ଏଲୋପ୍ୟାଥି ଔଷଧକୁ ଛାଡ଼ି ପାରମ୍ପରିକ ଔଷଧ ସେବନ କରିବା ଆରମ୍ଭ କରିଦେଲେଣି। କରୋନା ରୋଗୀ ଏବେ ଆୟୁର୍ବେଦ, ହର୍ବାଲ ପ୍ରଡକ୍ଟ ଆଦି ସେବନ କରୁଛନ୍ତି। ଅନ୍ୟ ମେଡିସିନ୍‌ ଷ୍ଟୋର ତୁଳନାରେ ଦେଶୀ ଔଷଧ ବିକ୍ରି ହେଉଥିବା ମେଡିସିନ୍‌ ଦୋକାନରେ ଅଧିକ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।

Image result for corona virus china

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଚୀନ୍‌ରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନାକୁ ବିଶ୍ୱ ସଙ୍କଟ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.