Below header

ପରିବେଶ ସୁରକ୍ଷା ପାଇଁ ବିହାର ସରକାରଙ୍କ ଅଭିନବ ପ୍ରୟାସ, ଆରମ୍ଭ ହେଲା ‘ପ୍ୟାର୍‌ କା ପୌଧା’ ଅଭିଯାନ

ଗଛଲତାଙ୍କ ଯତ୍ନ ନେବା ସହ ପରିବେଶକୁ ସବୁଜିମାମୟ ରଖିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଗଛକୁ ନ କାଟି ବରଂ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ସଚେତନତା ବାର୍ତ୍ତା ଦିଆଯାଉଛି। ଭାଲେଣ୍ଟାଇନ୍‌ ଡେ’ ଅବସରରେ ବିହାର ସରକାର ପାଟନାରେ ପରିବେଶ ଓ ଜଙ୍ଗଲ ବିଭାଗ ଦ୍ୱାରା ‘ପ୍ୟାର୍‌ କା ପୌଧା’ ବା ପ୍ରେମର ବୃକ୍ଷ ଅଭିଯାନ ଆରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ।

Image result for tree plantation in bihar

ବନ ବିଭାଗର ମୁଖ୍ୟ ସଚିବ ଦୀପକ କୁମାର କହିଛନ୍ତି ଆମେ ପାଟନାର ବିଭିନ୍ନ ସ୍ଥାନରେ ଷ୍ଟଲ୍‌ କରି ଲୋକଙ୍କୁ ଗଛ ବାଣ୍ଟୁଛୁ ଓ ଧୀରେ ଧୀରେ ଅନ୍ୟ ସହରରେ ମଧ୍ୟ ଏହି କାର୍ଯ୍ୟକ୍ରମ କରିବୁ। ଏହା ପରିବେଶ ପାଇଁ ବେଶ୍‌ ସହାୟକ ହେବ।

ବିହାର ସରକାରଙ୍କ ପରିବେଶ, ଜଙ୍ଗଲ ବିଭାଗ ତରଫରୁ ଏନେଇ ଟ୍ଵିଟ୍‌ କରାଯାଇ ଲୋକଙ୍କୁ ସଚେତନ କରାଯାଇଛି। ଟ୍ଵିଟ୍‌ରେ ଲେଖାଯାଇଛି ଯେ ‘କେବଳ ବୃକ୍ଷଲତା ହିଁ ପ୍ରକୃତିକୁ ନିୟନ୍ତ୍ରଣରେ ରଖିପାରିବେ। ଆସନ୍ତୁ ବିହାରକୁ ସବୁଜିମାମୟ କରିବାକୁ ପ୍ରତିଜ୍ଞା କରିବା। ନିଜ ପ୍ରିୟଜନଙ୍କୁ ଗୋଟିଏ ଲେଖାଏଁ ଗଛ ଉପହାର ଦିଅନ୍ତୁ ଓ ତାହାର ଯତ୍ନ ନେବାକୁ ଅନୁରୋଧ କରନ୍ତୁ। ଆପଣଙ୍କର ଏହି ଛୋଟ ପ୍ରୟାସ ବିହାରକୁ ସବୁଜିମାମୟ କରିବ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.