Below header

ଚର୍ଚ୍ଚାରେ ଚୀନର ଆଉ ଏକ ସାଙ୍ଘାତିକ ଗବେଷଣା, ବାର୍ଦ୍ଧକ୍ୟ ରୋକିବାକୁ ପ୍ରଚେଷ୍ଟା

ଭୟଙ୍କର ଗବେଷଣା । ଚର୍ଚ୍ଚାରେ ଚୀନର ଆଉ ଏକ ସାଙ୍ଘାତିକ ଗବେଷଣା । ବାର୍ଦ୍ଧକ୍ୟ ଜନିତ ଅସୁବିଧା ରୋକିବାକୁ ରିସର୍ଚ୍ଚ ଚଲାଇଛନ୍ତି ଚୀନ ବୈଜ୍ଞାନିକ । ସାରା ବିଶ୍ୱକୁ କୋଭିଡ ମହାମାରୀକୁ ଠେଲି ଦେଇଥିଲା ଚୀନର ଉହାନ ଲ୍ୟାବ ।

ଚର୍ଚ୍ଚାରେ ଚୀନର ଆଉ ଏକ ସାଙ୍ଘାତିକ ଗବେଷଣା । ବାର୍ଦ୍ଧକ୍ୟ ଜନିତ ଅସୁବିଧା ରୋକିବାକୁ ରିସର୍ଚ୍ଚ ଚଲାଇଛନ୍ତି ଚୀନ ବୈଜ୍ଞାନିକ । ସାରା ବିଶ୍ୱକୁ କୋଭିଡ ମହାମାରୀକୁ ଠେଲି ଦେଇଥିଲା ଚୀନର ଉହାନ ଲ୍ୟାବ ।

ଏବେ ଚୀନ ଲ୍ୟାବର ଆଉ ଏକ ଗବେଷଣା ସମସ୍ତଙ୍କୁ ବିଚଳିତ କରିଛି । ଏହି ଗବେଷଣା ଆରମ୍ଭ କରିଛନ୍ତି ଚାଇନିଜ୍‌ ବୈଜ୍ଞାନିକ ‘ହି ଜିଆନକୁଇ’ । ୨୦୧୮ରେ ‘ଜିନ୍‌ ଏଡିଟେଡ୍‌’ ଶିଶୁ ପ୍ରେଜେଣ୍ଟ କରି ବିବାଦକୁ ଆସିଥିଲେ ଜିଆନକୁଇ । ବର୍ତ୍ତମାନ ହି’ଙ୍କ ଏହି ଗେବଷଣା ଉପରେ ସାରା ବିଶ୍ୱର ନଜର । ଚୀନ ପାଇଁ ଚିନ୍ତାର କାରଣ ହୋଇଛି ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ।

ତେଣୁ ଏହାକୁ କିପରି ପ୍ରତିହତ କରିହେବ ତା ଉପରେ ଗବେଷଣା କରୁଛନ୍ତି ହି ଜିଆନକୁଇ । ଏହି ଗବେଷଣା ସଫଳ ହେଲେ କାହାକୁ ଭୋଗିବାକୁ ପଡିବନି ବାର୍ଦ୍ଧକ୍ୟ ଜନିତ ଅସୁବିଧା । ଏହାକୁ ଏକ ଭୟଙ୍କର ଗବେଷଣା କହିବାର ଆଉ ଏକ କାରଣ ହେଉଛି ହି ଜିଆନକୁଇଙ୍କ ବେଆଇନ ଗବେଷଣା ।

ଯାହାକୁ ନେଇ ଏହି ବୈଜ୍ଞାନିକ ଜଣକ ଆଗରୁ ୩ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି । ଏହାପରେ ବି ବେଜିଂରେ ନିଜ ରିସର୍ଚ୍ଚ ଲ୍ୟାବ୍‌ ଖୋଲି ବିଭିନ୍ନ ଅଜବ ଅଜବ ରିସର୍ଚ୍ଚ ଚଲାଇଛନ୍ତି । ପୂର୍ବରୁ ଉହାନ ଲ୍ୟାବରୁ କୋଭିଡ୍‌ ଭାଇରସ୍‌ ଲିକ୍‌ ହେବାପରେ ବିଶ୍ୱରେ ସୃଷ୍ଟି ହୋଇଥିଲା ଭୟଙ୍କର ମହାମାରୀ । ପ୍ରଭାବିତ ହୋଇଥିଲା ବିଶ୍ୱ ଅର୍ଥନୀତି । ବର୍ତ୍ତମାନ ଏହି ବୈଜ୍ଞାନିକଙ୍କ ଏହି ଅଜବ ରିସର୍ଚ୍ଚ ପୁଣି ନୂଆ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.